www.samajalive.in
Friday, December 5, 2025
23.1 C
Bhubaneswar

ଲାଭ ପାଇଁ ରାଫେଲ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦୋଷାରୋପ କରିଛନ୍ତି ଯେ କେନ୍ଦ୍ର ସରକାର ଜଣେ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ପାଇଁ ରାଫେଲ ବୁଝାମଣା କରିଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କମ୍‍ ଦାମ ଓ ଶୀଘ୍ର ବିମାନ ସଂଗ୍ରହ ଭଳି ଦୁଇଟି ଯୁକ୍ତି ମାଧ୍ୟମରେ ସରକାର ଏହି ବୁଝାମଣାକୁ ଠିକ୍‍ ଦର୍ଶାଉଛନ୍ତି। ତେବେ ଫ୍ରାନ୍ସର ଦାସଲତ ଆଭିଏସନର ସୂଚନା ଅନୁଯାୟୀ ଶେଷ ବିମାନ ହସ୍ତାନ୍ତର କରିବାକୁ ଏହା ୧୦ବର୍ଷ ସମୟ ନେବ ବୋଲି କହିବା ସହ ଶ୍ରୀ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ଯେକୌଣସି ସମୟରେ ଆଲୋଚନା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ରାଫେଲ ବୁଝାମଣାର ଜେ.ପି.ସି. ତଦନ୍ତ ଲାଗି କଂଗ୍ରେସ ଦଳର ଦାବିକୁ ସେ ଦୋହରାଇଛନ୍ତି। ସେ କହିଛନ୍ତି, ସରକାର ସୁପ୍ରିମକୋର୍ଟଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‍ ଦେଖାଇନାହାନ୍ତି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories