www.samajalive.in
Monday, December 8, 2025
24.1 C
Bhubaneswar

ଆର .ଉଦୟଗିରି ବ୍ଲକ ଅଧ୍ୟକ୍ଷା ଗଢିବା ପାଇଁ ବିଜେଡ଼ି ଆଗରେ

ଆର .ଉଦୟଗିରି : ସରିଲା ପଞ୍ଚାୟତ ନିର୍ବାଚନ । ଘୋଷଣା ମଧ୍ୟ ସରିଛି। ସରପଞ୍ଚ ସମିତି ସଭ୍ୟ , ୱାର୍ଡ଼ ସଭ୍ୟ ମାନଙ୍କ ନୂଆ ମୁହଁ ଏବେ ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିବ । ଏବେ ନିଜ ଗାଁ ଗହଳିରେ ରହିଥିବା ମୌଳିକ ସମସ୍ୟାକୁ ସମାଧାନ କରିବା ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି ନୂଆଁ ପ୍ରାର୍ଥୀ ।ହେଲେ ଗତ ପଞ୍ଚାୟତ ନିର୍ବାଚନରେ ରା.ଉଦୟଗିରି ବ୍ଳକରେ କଂଗ୍ରେସ ଗଡ଼ ଜିତି ବ୍ଲକ ଅଧ୍ୟକ୍ଷା ପଦ ହାତେଇବାରେ ସଫଳ ହୋଇ ଅନେକ କିଛି ଉନ୍ନତି କାମ କରିଥିବା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି। ବର୍ତ୍ତମାନ ବିଜେଡି ଗଜପତି ଜିଲ୍ଲାରେ ଜିଲ୍ଲା ପରିଷଦ ପଦବୀ ନେଇଥିବା ବେଳେ ସବୁ ବ୍ଲକରେ ଅଧ୍ୟକ୍ଷା ଆସନ ପାଇଁ ମଧ୍ୟ ଅଣ୍ଟା ଭିଡ଼ିଛି। ହେଲେ କଂଗ୍ରେସ ମଧ୍ୟ ଜାରି ରଖିଛି ନିଜର ପ୍ରୟାସ। ପୁଣି ରା.ଉଦୟଗିରି ବ୍ଲକ ଅଧ୍ୟକ୍ଷା ପଦବୀ  ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ ଜାରି ରହିଛି। ବ୍ଳକର ୧୭ଟି ପଞ୍ଚାୟତର ୧୧ଟି ସମିତି ସଭ୍ୟକୁ ନିଜ ସପକ୍ଷରେ ରଖିଛି ବିଜେଡି । ସେମାନେ ହେଲେ
ଶିବାନୀ ବେହେର ଦଳାଇ. (ଛେଲାଗଡ), ପ୍ରତିମା ଭୂୟାଁ. (ଅବାରସିଂ), ବୁଦ୍ଧିଆ ରଇତ,(ପୁରୁଣା ପାଣି ), ହରିଣୀ ପ୍ରଧାନ. (ରଣ୍ଡିବା), ମିଟୁ ଶବର(ମଙ୍ଗରାଜପୁର), ଜଗନ୍ନାଥ ନାୟକ. (ପରିସଲ), ବିଭୂତି ଭୂଷଣ କାର୍ୟୀ, (ଅନଗାଁ) , ଗଙ୍ଗାଧର. (ସୁବଲୋଡା), ଶଶିକାନ୍ତ ପଟ୍ଟନାୟକ. (ଛେଳିଗଡ), ରଜନୀ ନାୟକ. (ତବାରସିଂ ), ଅନିତା କାର୍ୟୀ. (ସିଆଳିଲଟି) ରହିଥିବା ଜଣା ପଡ଼ିଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories