www.samajalive.in
Saturday, December 6, 2025
16.1 C
Bhubaneswar

୨.୪୦ ଲକ୍ଷରେ ନିଲାମ ହେଲା ରାଣୀ ଏଲିଜାବେଥ୍‌ଙ୍କ ବିବାହ କେକ୍‌

ଲଣ୍ଡନ: ବ୍ରିଟେନର ପରଲୋକଗତ ମହାରାଣୀ ଏଲିଜାବେଥ ଦ୍ବିତୀୟ ୧୯୪୭ ନଭେମ୍ବର ୨୦ରେ ପ୍ରିନ୍ସ ଫିଲିପକୁ ବିବାହ କରିଥିଲେ। ରାଣୀ ଏଲିଜାବେଥ୍‌ଙ୍କ ବିବାହ ସମୟରେ ବ୍ୟବହୃତ ହୋଇଥିବା କେକ୍‌ର ଏକ ଅଂଶ ୨.୪୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଥିବା ଜଣାପଡିଛି। ୭୭ ବର୍ଷ ତଳର ଏହି କେକ୍‌କୁ ବୈଜ୍ଞାନିକ ପଦ୍ଧତିରେ ସାଇତା ଯାଇଥି​‌େ​‌ଲ ସୁଦ୍ଧା ଏହା ଆଦୌ ଖାଦ୍ୟୋପଯୋଗୀ ନୁହେଁ ବୋଲି କୁହାଯାଇଛି। ନିଲାମକାରୀ ସଂସ୍ଥା ରିମାନ ଡାନ୍‌ସି ପକ୍ଷରୁ କୁହାଯାଇଛି ଯେ ଏହି କେକ୍‌ର କଟାଅଂଶକୁ ବକିଙ୍ଗହାମ୍‌ ରାଜପ୍ରସାଦ ପକ୍ଷରୁ ସେତେବେଳେ ମାରିଅନ୍‌ ପୋଲସନ୍‌ ନାମକ ବ୍ୟକ୍ତିଙ୍କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ପୋଲସନ ସ୍କଟଲାଣ୍ଡର ଏଡିନବର୍ଗସ୍ଥିତ ହୋଲିରୁଡ୍‌ ହାଉସର ତତ୍ତ୍ବାବଧାରକ ଦାୟିତ୍ବ ତୁଲାଉଥିଲେ। ୨୦୨୨ ସେପ୍ଟେମ୍ବର ୮ରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ଘଟିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories