www.samajalive.in
Friday, December 5, 2025
26.1 C
Bhubaneswar

ରାଜ୍ୟରେ ପ୍ରଥମ: ନବରଙ୍ଗପୁରରେ ଆରମ୍ଭହେବ ପୁଷ୍ପକୃଷି ମିଶନ

ନବରଙ୍ଗପୁର: ରାଜ୍ୟରେ ପ୍ରଥମଥର ପାଇଁ ନବରଙ୍ଗପୁର ଜିଲାରେ କେନ୍ଦ୍ର ସରକାରଙ୍କର ରାଷ୍ଟ୍ରୀୟ ବନଷ୍ପତି ଗବେଷଣା ଅନୁଷ୍ଠାନ, ଲକ୍ଷ୍ନୌ ପକ୍ଷରୁ ଖୁବଶୀଘ୍ର ପୁଷ୍ପକୃଷି ମିଶନ ଆରମ୍ଭ ହେବ। ରାଜ୍ୟ ସରକାର ଓ ଜିଲା ପ୍ରଶାସନର ସହଯୋଗରେ ଏହି ମିଶନ ଆସନ୍ତା ୩ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟକାରି ହେବ। ଏନ.ବି.ଆର.ଆଇର ନିର୍ଦ୍ଦେଶକ ପ୍ରଫେସର ଡଃ.ସରୋଜ ବାରିକ ପ୍ରକାଶ କରିଛନ୍ତି। ଆଜି ଭିଡିଓ କନଫେରେନ୍ସ କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ବାରିକ ବୈଜ୍ଞାନିକ ଓ ଔଷଧୀୟ ଅନୁସନ୍ଧାନ ପରିଷଦ ପକ୍ଷରୁ ଫୁଲ ଚାଷ ଓ ମହୁ ଚାଷକୁ ପ୍ରୋତ୍ସାହନ ଦିଗରେ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି। ବିଭିନ୍ନ କିସମର ଫୁଲଚାଷ କରି ମୂଲ୍ୟଯୁକ୍ତ ପଦାର୍ଥ ତିଆରି କରିବା ସହ ମହୁଚାଷ କରାଯିବ ବୋଲି କହିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ନବରଙ୍ଗପୁର ଜିଲାର ସାମାଜିକ ଓ ଅର୍ଥନୈତିକ ପ୍ରକଳ୍ପ ଅନ୍ତର୍ଗତ ହଳଦୀ ଚାଷୀ ଓ ଉଦ୍ୟୋଗୀମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି। ଜିଲା ପ୍ରଶାସନର ସହଯୋଗରେ ଏହି ମିଶନ ଆସନ୍ତା ୩ବର୍ଷ କାର୍ୟ୍ୟକାରୀ ହେବା ସହ ଉପଯୁକ୍ତ ବଜାର ବ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ପ୍ରଫେସର ବାରିକ କହିଛନ୍ତି। ଏହି ତାଲିମ କାର୍ୟ୍ୟକ୍ରମରେ ଏନ.ବି.ଆର.ଆଇର ମୁଖ୍ୟ ବୈଜ୍ଞାନିକ ଡଃ. କୃଷ୍ଣ ତିୱାରୀ ଯୋଗଦେଇ ହଳଦୀପତ୍ରରୁ ତେଲ ପ୍ରସ୍ତୁତ ସହ ବିଭିନ୍ନ ପଦାର୍ଥ ତିଆରିର ଜ୍ଞାନ କୌଶଳ ସମ୍ପର୍କରେ ସୂଚନା ଦେଇଥିଲେ। ଏନ.ବି.ଆର.ଆଇର ପ୍ରଧାନବୈଜ୍ଞାନିକ ବିବେକ ଶ୍ରୀବାସ୍ତବ, ଡଃ. ଶରଦ ଶ୍ରୀବାସ୍ତବ, ଡଃ. ବିଓନ ସିଂ ଯୋଗଦେଇ ଗୁଳ୍ମରୁ ଅନେକ ଓ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହୋଇପାରିବ ସହ ସ୍ୱାସ୍ଥ୍ୟପାଇଁ ହିତକର ହୋଇଥିବାରୁ ଏଥିରେ ଅନେକ କର୍ମସଂସ୍ଥାନ ରହିଥିବା ପ୍ରକାଶ କରିଥିଲେ। ସି.ଏସ.ଆଇ.ଆର, ଆଇ.ଏମ. ଏମ.ଟି ଭୂବନେଶ୍ୱରର ପ୍ରାକ୍ତନ ମୁଖ୍ୟ ବୈଜ୍ଞାନିକ ଡଃ. ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ନୂତନ ଜ୍ଞାନ କୌଶଳ ବ୍ୟବହାରରେ ନବରଙ୍ଗପୁର ଜିଲାରେ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସହାୟକ ହୋଇ ପାରିବ ବୋଲି କହିଥିଲେ। ନବରଙ୍ଗପୁର ଓରମାସର ଉପକାର୍ୟ୍ୟନିର୍ବାହୀ ଏମ୍‍. ଉମାମହେଶ ଯୋଗ ଦେଇ ନବରଙ୍ଗପୁର ଜିଲାରେ ହୋଇଥିବା କଞ୍ଚାମାଲ ବ୍ୟବହାର ସହ ଉପଯୁକ୍ତ ବଜାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ନବରଙ୍ଗପୁର ଜିଲାର ଅଗ୍ରଣୀ ଚାଷୀ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଆଗେଇ ଆସିବାକୁ ବୈଜ୍ଞାନିକ ମାନେ ଆହ୍ୱାନ ଜଣାଇଥିଲେ। ଯୁବ ଉଦ୍ୟୋଗୀ ଅଜିତ ନାୟକ, ହିମାଂଶୁ ତ୍ରିପାଠୀ, କ୍ରିଷ୍ଣା ଚନ୍ଦ୍ର ନାୟକ, ଜ୍ୟୋତି ରଞନ କଂସ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିିଥିଲେ। ଏହି କାର୍ୟ୍ୟକ୍ରମକୁ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ କୌଶଳ ପ୍ରକଳ୍ପର କ୍ରିୟାନ୍ୱୟନ ସଭ୍ୟ ଲକ୍ଷ୍ମୀନାରାୟଣ ବକ୍ସି ସଂଯୋଜନା କରିଥିବା ବେଳେ ନବରଙ୍ଗପୁର ଜିଲାର ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡଃ. ପ୍ରଦୋଷ କୁମାର ପଣ୍ଡା, ମୁଖ୍ୟ ଜିଲା କୃଷି ଅଧିକାରୀ ବ୍ରଜ କିଶୋର ଲେଙ୍କା, ଏପିଡି ମାଧୁରୀ ତ୍ରିପାଠୀ ସହ ବିଭିନ୍ନ ବୈଜ୍ଞାନିକ ମାନେ ଦିଗ ଦର୍ଶନ ଦେଇଥିିଲେ। ତେବେ ଏହି ନୂତନ ପୁଷ୍ପମିଶନ କାର୍ୟ୍ୟକାରୀ ହେଲେ ଜିଲାର ବହୁ ଚାଷୀ ଉପକୃତହେବା ସହ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଆଶା ପ୍ରକାଶ ପାଇଛି।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories