www.samajalive.in
Saturday, December 6, 2025
16.1 C
Bhubaneswar

ହରଭଙ୍ଗାରେ ମୋ-ସରକାର କାର୍ଯ୍ୟକ୍ରମ ଦିଗହରା: ଖାଲିପଡିଛି ବିଶେଷଜ୍ଞ ଡାକ୍ତର ପଦବୀ, ଆଣ୍ଠେଇଛି ରୋଗୀ ସେବା

ହରଭଙ୍ଗା: ସ୍ୱାସ୍ଥ୍ୟ ବିଭାଗକୁ ମୋ-ସରକାରରେ ସାମିଲ ପରେ ବି ସରକାରଙ୍କ ଏହି ମହତ୍‍ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକରେ ଦିଗହରା ହୋଇପଡିଛି। ଡାକ୍ତରଖାନାଗୁଡିକରେ ବିଶେଷଜ୍ଞ ଡାକ୍ତର ମରୁଡି ଯୋଗୁଁ ସ୍ୱାସ୍ଥ୍ୟସେବା ଆଣ୍ଠେଇ ପଡିଥିବାବେଳେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ଯାହାଫଳରେ ଗ୍ରାମାଞ୍ଚଳର ପ୍ରସୂତି ରୋଗୀ ଯଥାପୂର୍ବ ତଥା ପରଂ ଅବସ୍ଥାରେ ବୌଦ୍ଧ, ଫୁଲବାଣୀ ଧାଇଁବାକୁ ବାଧ୍ୟ ହେଉଛନ୍ତି।

ଗତ ଶନିବାର ରାତିରେ ପ୍ରସବ ଯନ୍ତ୍ରଣା କଷ୍ଟଯୋଗୁଁ ଚାରିଛକ ଅଂଚଳର ଅନୁଜ ଦୀପଙ୍କ ପନ୍ତ୍ରୀ ଫୁଲବତୀ ଦୀପ ଭଳି ଜଣେ ପ୍ରସୂତି ମହିଳା ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଥିଲେ। ମାତ୍ର ରାତିରେ ଡାକ୍ତରନଥିବା କହି ନର୍ସମାନେ ତାଙ୍କୁ ବୌଦ୍ଧ ନେବାପାଇଁ କହିଥିଲେ। ମାତ୍ର ଡାକ୍ତରଙ୍କ ବିନା ନିର୍ଦ୍ଦେଶରେ ବୌଦ୍ଧ ନେବାକୁ ଆମ୍ବୁଲାନ୍ସ କର୍ମଚାରୀ ମନାକରିବାରୁ ଅଧିକ ଯନ୍ତ୍ରଣା ଯୋଗୁଁ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସମାନେ ବାଧ୍ୟ ହୋଇ ପ୍ରସୂତି ମହିଳାଙ୍କୁ ପ୍ରସବ କରାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି। ସ୍ୱାସ୍ଥ୍ୟସେବାର ଏଭଳି ଅଭାବନୀୟ ଚିତ୍ର ବ୍ଲକର ରୋଗୀସେବା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ସ୍ୱାସ୍ଥ୍ୟ ବିଭାଗକୁ ମୋ-ସରକାରରେ ସାମିଲ ପରେ ବି ଚିତ୍ର ବଦଳୁନଥିବା ଉପରେ ବ୍ଲକର ବୁଦ୍ଧିଜିବୀ, ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ପ୍ରକାଶ ଯେ, ୨୦୧୧ଜନଗଣନା ଅନୁସାରେ ଜିଲ୍ଲାର ଲୋକ ସଂଖ୍ୟା ୪ଲକ୍ଷ୩୯ହଜାର୯୧୭। ସେଥିରୁ ଗ୍ରାମାଞ୍ଚଳରେ ୪ଲକ୍ଷ ୧୯ହଜାର ଲୋକ ବସବାସ କରୁଥିବା ଜଣାପଡିଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ଜଣାଶୁଣା ହରଭଙ୍ଗା ବ୍ଲକରେ ଛଅଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ସେଥିରୁ ତଳଗାଁ, ହରଭଙ୍ଗା, ଧଳପୁର, ଚାରିଛକରେ ୪ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବାବେଳେ ଆଡେଣିଗଡ, ପୁରୁଣାକଟକରେ ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ପୁରୁଣାକଟକ ଏବଂ ଆଡେଣିଗଡ ଭଳି ଦୁଇଟି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ, ପ୍ରସୂତି ଶିଶୁ, ଭେଷଜ ଏବଂ ସର୍ଜରୀ ଭଳି ବିଶେଷଜ୍ଞ ଡାକ୍ତର ପଦବୀ ରହିଥିଲେ ସୁଦ୍ଧା ଏସବୁ ଦୀର୍ଘବର୍ଷ ହେଲା ଖାଲିପଡିଛି। ଫଳରେ ପ୍ରସବ ପାଇଁ ଏଠାକୁ ଆସୁଥିବା ପ୍ରସୂତି ମହିଳାମାନେ ବିଶେଷଜ୍ଞ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ବିଶେଷଜ୍ଞ ଡାକ୍ତର ଅଭାବରୁ ବ୍ଲକର ଜନସାଧାରଣ ଏହାର ସୁଫଳ ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି। ଏଭଳି ଅବସ୍ଥାରେ ବ୍ଲକର ସ୍ୱାସ୍ଥ୍ୟସେବା ରହିଥିବାବେଳେ ଆବଶ୍ୟକୀୟ କର୍ମଚାରୀ, ନର୍ସ ଅଭାବ ମଧ୍ୟ ଦେଖାଦେଇଛି।ଯାହାଫଳରେ ଲୋକେ ପ୍ରାଥମିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ କ୍ୱାକ୍‍ ପାଖରେ ଚିକିତ୍ସିତ ହୋଇ ମୃତ୍ୟୂମୁଖରେ ପଡୁଛନ୍ତି। ସେହିପରି ବ୍ଲକରେ ଦୁଇ ଦୁଇଟି ହୋମିଓପାଥି ମେଡିକାଲ ରହିଥିଲେ ମଧ୍ୟ ନିୟମିତ ଡାକ୍ତର ଆସୁନଥିବାରୁ ଏହାର ସୁଫଳ ମଧ୍ୟ ଲୋକେ ପାଇପାରୁନାହାଁନ୍ତି। ଏ ସଂର୍ପକରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ତ୍ରୀଲୋଚନ ପ୍ରଧାନଙ୍କୁ ପଚାରିବାରୁ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିପଡିଥିବା ସ୍ୱୀକାର କରିଥିଲେ। ଏ ସଂର୍ପକରେ ଆମେ ସରକାରଙ୍କୁ ଜଣାଇଛୁ। କମଦିନ ମଧ୍ୟରେ ୨୩ଶହ ଡାକ୍ତର ନିଯୁକ୍ତି ପାଇବାର ରହିଛି। ଯାହାଫଳରେ ରହିଥିବା ସମସ୍ୟା ଶୀଘ୍ର ଦୂର ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories