www.samajalive.in
Sunday, December 7, 2025
16.1 C
Bhubaneswar

ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ପ୍ରସଙ୍ଗ – ରାଜ୍ୟ ଓ କେନ୍ଦ୍ରକୁ ନୋଟିସ

କଟକ: ପୁରୀ ସ୍ବର୍ଗଦ୍ବାରରେ ବାହାର ଜିଲାର ଲୋକ ଶବ ସଂସ୍କାର କରି ପାରିବେ ନାହିଁ ବୋଲି ଜୁଲାଇ ୮ରେ ପୁରୀ ଜିଲାପାଳ ଜାରି କରିଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଜବାବ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୨ରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୀ ସ୍ବର୍ଗଦ୍ବାରରେ ଶବ ସଂସ୍କାର ପ୍ରସଙ୍ଗରେ ଜୁଲାଇ ୭ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯାଇଥିଲା। ଏହି ନିୟମାବଳୀ ଉଲ୍ଲଘଂନ କରି ପୁରୀ ଜିଲାପାଳଙ୍କ ପକ୍ଷରୁ ସ୍ବର୍ଗଦ୍ବାରରେ ଶବ ସତ୍କାର ସଂପର୍କିତ କଟକଣା ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ସ୍ବର୍ଗଦ୍ବାରରେ ଶବ ସତ୍କାର ହେଲେ ଆତ୍ମାକୁ ପରମାତ୍ମା ସହିତ ମିଳନ ପାଇଁ ସୁଯୋଗ ମିଳେ ବୋଲି ହିନ୍ଦୁମାନଙ୍କ ବିଶ୍ବାସ ରହିଛି। ବହୁ ଲୋକ ଆତ୍ମୀୟଙ୍କ ଅନ୍ତିମ ଇଚ୍ଛା ପୂରଣ ପାଇଁ ଶବ ନେଇ ପୁରୀ ସ୍ବର୍ଗଦ୍ବାରକୁ ସଂସ୍କାର ପାଇଁ ପହଞ୍ଚିଥାନ୍ତି; କିନ୍ତୁ କରୋନା ନାଁରେ ପୁରୀ ଜିଲା ବାହାର ଶବକୁ ସ୍ବର୍ଗଦ୍ବାରରେ ସଂସ୍କାର ପାଇଁ ଅନୁମତି ନ ଦେବା ନିୟମ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅାବେଦନକାରୀ ସଞ୍ଜୀବ କୁମାର ଚିନ୍ନାରାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି। ତେବେ ଏହା ସମ୍ବିଧାନର ଧାରା ୧୫ର ଉଲ୍ଲଘଂନ କରୁଛି। ଏପରି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories