www.samajalive.in
Wednesday, December 10, 2025
26.1 C
Bhubaneswar

ଦର୍ଶନ ବେଳେ ଧସ୍ତାଧସ୍ତି, ୩ ଆହତ

ପୁରୀ : ଶ୍ରୀମନ୍ଦିର ଜଗମୋହନରେ ଶ୍ରୀଜୀଉଙ୍କୁ ଦର୍ଶନ ବେଳେ ଧସ୍ତାଧସ୍ତି ଯୋଗୁଁ ସୋମବାର ୩ଜଣ ଭକ୍ତ ଆହତ ହୋଇଛନ୍ତି। ସାକ୍ଷିଗୋପାଳର ବାଇଧର ରାଉତ (୭୫)ଙ୍କୁ ଚିକିତ୍ସା ପାଇଁ ଜିଲା ସଦର ହାସପାତାଳ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
ସେହିପରି ନୂଆପଡ଼ା ଖଡ଼ିଆଳର ବିଶ୍ୱମ୍ଭର ପରୁଆ (୭୬) ଏବଂ କେନ୍ଦୁଝରର ରମ୍ଭା ବିନ୍ଧାଣୀ (୮୨) ଆହତ ହୋଇଥିବା ଜଣାପଡିଛି। ଅତ୍ୟଧିକ ଭିଡ଼ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାର ଦିନ ପ୍ରାୟ ୧୦ଟା ବେଳେ ନାଟମଣ୍ଡପ ଓ ଜଗମୋହନରେ ଭକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ୩ଜଣ ବୃଦ୍ଧ ତଳେ ପଡ଼ିଯାଇଥିଲେ। ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା।
ଶ୍ରୀମନ୍ଦିର ସିଂହଦ୍ୱାର ଏବଂ ଭିତର ବେଢ଼ାରେ ଧାଡ଼ି ବ୍ୟବସ୍ଥା ହୋଇଥିଲେ ମଧ୍ୟ ନାଟମଣ୍ଡପ ଓ ଜଗମୋହନରେ ବିଶୃଙ୍ଖଳା ଦେଖାଦେଇଛି। ସେଠାରେ ଗହଳି ନିୟନ୍ତ୍ରଣ କିମ୍ବା ଧାଡ଼ି ବ୍ୟବସ୍ଥା ନଥିବାରୁ ଦର୍ଶନ ପାଇଁ ଯାଉଥିବା ମହିଳା, ବୃଦ୍ଧ ଏବଂ ଦିବ୍ୟାଙ୍ଗମାନେ ଦୁର୍ଦଶା ଭୋଗୁଛନ୍ତି। ତେବେ ଖୁବ୍‍ଶୀଘ୍ର ସେଠାରେ ଅଧିକ ପୁଲିସ କର୍ମଚାରୀଙ୍କ ସମେତ ପ୍ରତିହାରୀ ସେବକଙ୍କୁ ନିୟୋଜିତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି। ଦର୍ଶନ ବ୍ୟବସ୍ଥାରେ ଅଧିକ ଶୃଙ୍ଖଳା ଆଣିବା ପାଇଁ ଆଲୋଚନା ନିମନ୍ତେ ମଙ୍ଗଳବାର ବୈଠକ ଡକାଯାଇଥିବା ସୂଚନା ମିଳିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories