ଜାଣନ୍ତୁ, ସୁନାବେଶକୁ ଯାଉଥିଲେ ଗାଡି ରଖିବେ କେଉଁଠି?
ପୁରୀ: ଆଜି ମହାପ୍ରଭୁଙ୍କର ସୁନାବେଶ। ପୁରୀକୁ ଦେଶର କୋଣ ଅନୁକୋଣ ଲକ୍ଷାଧିକ ଭକ୍ତଙ୍କର ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁରୀରେ ସ୍ଵତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଓ ରୁଟ୍ ଚାଟ୍ କରାଯାଇଛି। ଯେଉଁମାନେ ଭୁବନେଶ୍ଵର ପଟୁ ଚାରିଚକିଆରେ ଆସୁଥିବେ , ସେମାନେ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରିସର , ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀ ଜଗନ୍ନାଥବଲ୍ଲଭ, ଯାତ୍ରୀକା ପାଲେସ୍ ଓ ନୋଳିଆ ଫିଲ୍ଡରେ ପାର୍କିଂ କରିପାରିବେ। କୋଣାର୍କ ପଟୁ ଆସୁଥିବା ଯାତ୍ରୀ ଇଣ୍ଡୋର ଷ୍ଟାଡିୟମ୍ , ଆଇଟିଆଇ ଏବଂ ହେଲିପ୍ୟାଡ୍ ପାର୍କିଂରେ ଗାଡି ରଖିବେ। ଭୁବନେଶ୍ଵର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତିପାଟପୁରରେ ଓ ଦୈନିକ ବସ୍ ତାଳବଣିଆଠାରେ ପାର୍କିଂ କରିବେ। ସେହିପରି ଭୁବନେଶ୍ଵରପଟୁ ଆସୁଥିବା ଦୁଇଚକିଆ ଯାନ ପାଇଁ ଜଗନ୍ନାଥବଲ୍ଲଭ, ଜେଲ୍ ରୋଡ୍, ମାଟିତୋଟା ପାର୍କିଂ ଏବଂ କୋଣାର୍କ ପଟୁ ଆସୁଥିଲେ ବ୍ଲୁ ଫ୍ଲାର୍ଗ ବିଚ୍ , ହୋଟେଲ ନୀଳାଚଳ ଅଶୋକ , ହଲିଡେ ରିସୋର୍ଟ ପଛପଟ ପାର୍କିଂରେ ରଖିବେ।
Comments are closed.