www.samajalive.in
Friday, December 5, 2025
23.1 C
Bhubaneswar

ଲଙ୍ଗୁଳି ଓ ଏମାର ମଠ ପରେ ମଙ୍ଗଳବାର ବଡ ଆଖଡା ମଠ ଉପରେ ଚଢିବ ବୁଲଡୋଜର

ପୁରୀ: ରବିବାର ଏବଂ ସୋମବାର ବନ୍ଦ ଥବା ଉଚ୍ଛେଦ କାର୍ଯ୍ୟ ମଙ୍ଗଳବାର ପୁଣିଥରେ ଆରମ୍ଭ ହେବ।ଆଉ ଏଥର ପାଳି ବଡ ଆଖଡା ମଠର। ମଙ୍ଗଳବାର ମାଟିରେ ମିଶିବ ବଡ ଆଖଡା ମଠ। ସପ୍ତାହେ ଧରି ପୁରୀରେ ଚାଲିଥବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରଥମେ ମେଘନାଦ ପାଚେରୀ ଚାରିପାଖରେ ଥିବା ସମସ୍ତ ଜବରଦଖଲ ଏବଂ ଯାତ୍ରୀକା ଯାତ୍ରୀ ନିବାସ ଉଚ୍ଛେଦ ହେବାପରେ ମଠ ଉଚ୍ଛେଦ କାର୍ଯ୍ୟ ଅରମ୍ଭ ହୋଇଥିଲା। ଏହି କ୍ରମରେ ପ୍ରଥମ ମଠ ଭାବରେ ମାଟିରେ ମିଶି ସାରିଛି ପ୍ରସିଦ୍ଧ ଲଙ୍ଗୁଳି ମଠ। ଏହାପରେ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରି ଏମାର ମଠ ସଂଲଗ୍ନ ରଘୁନନ୍ଦନ ଲାଇବ୍ରେରୀର ଉଚ୍ଛେଦ କରାଯାଇଥିଲା। ଏମାର ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏମାର ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ନଛାଡିବାକୁ ପ୍ରଶାସନ ସଂପୂର୍ଣ୍ଣ ଉଚ୍ଛେଦ କରିପାରିନଥିଲା। ଏଣୁ ମଙ୍ଗଳବାର ଏମାର ମଠକୁ ଛାଡି ପ୍ରଶାସନ ବଡ ଆଖଡା ମଠ ଉପରେ ବୁଲଡୋଜର ଚଢାଇବ। ଏଠାରେ ସୂଚନାଯୋଗ୍ୟ ପୁରୀକୁ ବିଶ୍ୱ ଐତିହରେ ପରିଣତ କରିବା ଏବଂ ଶ୍ରୀମନ୍ଦିରର ସୁରକ୍ଷକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ପାଖରୁ ୭୫ ମିଟର ପରିଧି ମଧ୍ୟରେ ରହିଥବା ସମସ୍ତ ନିର୍ମାଣକୁ ଉଚ୍ଛେଦ ଆରମ୍ଭ ହୋଇଥିଲା।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories