www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ବ ଐତିହ୍ୟ ମାନ୍ୟତା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ବ ଐତିହ୍ୟ ମାନ୍ୟତା। ଏହି ମନ୍ଦିରର ବିରଳ ନିର୍ମାଣ ଶୈଳୀ, ସୂକ୍ଷ୍ମ କାରୁକାର୍ଯ୍ୟ, କଳିଙ୍ଗ ସ୍ଥାପତ୍ୟ ଏବଂ ଐତିହ୍ୟ ବିଶ୍ବସ୍ତରୀୟ। ଦ୍ବାଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଅନନ୍ତ ବର୍ମନ ଚୋଡଗଙ୍ଗ ଦେବ ଏହାକୁ ନିର୍ମାଣ କରିଥିଲେ। ଏହା ସର୍ବଶ୍ରେଷ୍ଠ ତୀର୍ଥସ୍ଥଳ ଏବଂ ସର୍ବାଧିକ ଲୋକପ୍ରିୟ ହିନ୍ଦୁ ମନ୍ଦିର। ଏହି ମନ୍ଦିରରେ ସର୍ବୋତ୍କୃଷ୍ଟ କଳା, ସଂସ୍କୃତି ଏବଂ ଇତିହାସ ରହିଛି। ବିଶ୍ବସ୍ତରୀୟ ଐତିହ୍ୟ ମାନ୍ୟତା ପାଇଁ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ଯୋଗ୍ୟତା ରହିଛି। ୟୁନେସ୍କୋକୁ ଦେଇଥିବା ପ୍ରସ୍ତାବରେ ଏଭଳି ବଳିଷ୍ଠ ଯୁକ୍ତି ବାଢିଛି ପୁରୀ ବିକାଶ ପରିଷଦ। ଶ୍ରୀମନ୍ଦିରକୁ ବିଶ୍ବସ୍ତରୀୟ ଐତିହ୍ୟ ସ୍ଥାନ ତାଲିକାରେ ସାମିଲ କରିବାକୁ ଚିଠିରେ ଅନୁରୋଧ କରାଯାଇଛି।

ସେଥିରେ କୁହାଯାଇଛି ଶ୍ରୀଜଗନ୍ନାଥ ମନ୍ଦିର ବିଶ୍ବର କୋଟି କୋଟି ଲୋକଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଭାବାବେଗ ସହ ଜଡ଼ିତ। ସେଠାରେ ଜୀବନ୍ତ ଠାକୁର ଶ୍ରୀଜଗନ୍ନାଥ ପୂଜା ପାଉଛନ୍ତି। ସେ ନାରାୟଣ, କୃଷ୍ଣ ଏବଂ ଭଗବାନ ବିଷ୍ଣୁଭାବେ ପରିଚିତ। ଅଗଣିତ ଲୋକଙ୍କ ଆସ୍ଥା, ବିଶ୍ବାସ, ଧର୍ମ, ଆଧ୍ୟାତ୍ମିକତା, ଶାନ୍ତି ଓ ମାନବବାଦର ପ୍ରତୀକ ଶ୍ରୀଜଗନ୍ନାଥ ମନ୍ଦିର। ଏହାର ନିର୍ମାଣ ଶୈଳୀ ଅନନ୍ୟ ଏବଂ ଅଦ୍ବିତୀୟ ବୋଲି ଚିଠିରେ ଦର୍ଶାଯାଇଛି। ବିଶ୍ବ ଐତିହ୍ୟ ମାନ୍ୟତା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଯୋଗ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହ‌‌ାର ନାମ ସୁପାରିସ କରାଯାଇ ନାହିଁ କିମ୍ବା ୟୁନେସ୍କୋ ମନୋନୟନ କମିଟିରେ ବିଚାରକୁ ନିଆଯାଇ ନାହିଁ। ଭାରତୀୟ ପ୍ରତିନିଧିଙ୍କ ମାଧ୍ୟମରେ ୟୁନେସ୍କୋ ମହାନିର୍ଦେଶକଙ୍କ ପାଖକୁ ପରିଷଦ ଏହି ପ୍ରସ୍ତାବ ପଠାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବର ସର୍ବବୃହତ ଯାତ୍ରା ବୋଲି ପରିଷଦ ସଭାପତି ଦର୍ଶାଇଛନ୍ତି। ଏହାଛଡା ଶ୍ରୀଜଗନ୍ନାଥ ମନ୍ଦିରର ବିରଳ ନିର୍ମାଣ ଶୈଳୀ, ଐତିହ୍ୟ ଏବଂ ପୌରାଣିକ କିମ୍ବଦନ୍ତୀ ସମ୍ପର୍କରେ ୟୁନେସ୍କୋକୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି। ବିଶ୍ବସ୍ତରୀୟ ଐତିହ୍ୟ ତାଲିକାରେ ଶ୍ରୀଜଗନ୍ନାଥ ମନ୍ଦିର ନାମ ଅନ୍ତର୍ଭୁକ୍ତ କରିବା ପାଇଁ ସୁପାରିସ କରିବା ନିମନ୍ତେ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି। ପୁରୀ ସହରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ପ୍ରଥମେ ବିଶ୍ବ ଐତିହ୍ୟ ମାନ୍ୟତା ପ୍ରଦାନ କରାଯିବାକୁ ପରିଷଦ ଦାବି କରିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories