www.samajalive.in
Saturday, December 6, 2025
26.1 C
Bhubaneswar

ଜଗନ୍ନାଥ ମନ୍ଦିର ବଞ୍ଚାନ୍ତୁ ପ୍ରଧାନମନ୍ତ୍ରୀ: ଜୟନ୍ତ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ପୁଣି ସରଗରମ ହେଲା ରାଜ୍ୟ ରାଜନୀତି । ଘଟଣାକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଶ୍ରୀ ମନ୍ଦିରର ଯାହା କ୍ଷତି ହୋଇଛି ଆଉ ଫେରିବନି । ହେଲେ ଆଗକୁ ଯେପରି ଅଧିକ କ୍ଷତି ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଦରକାର । ନହେଲେ ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ସିଧାସଳଖ ହସ୍ତକ୍ଷେପ କରନ୍ତୁ । ମୋର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଏଥିରେ ହନ୍ତକ୍ଷେପ କରି ସମାଧାନର ବାଟ ବାହାରକରନ୍ତୁ । ଏହି ଅଭିଯୋଗ କୋର୍ଟ କଚେରୀରେ ସମାଧାନ ହେବ ନାହିଁ । ପ୍ରଧାନମନ୍ତ୍ରୀ ନିଜେ ମନ୍ଦିର ବଞ୍ଚାନ୍ତୁ ବୋଲି କହିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ତାହାସହ ସେ ଆହୁରି କହିଛନ୍ତି ପୁରୀ ସହରବାସୀ, ସେବାୟତ ଓ ମଠ ମହନ୍ତ କେହି ବି ଏହି କାମରେ ଖୁସି ନାହାନ୍ତି । ବାହାର ଲୋକଙ୍କ ପାଇଁ ଏହା କରାଯାଉଛି । ଏଥି ପାଇଁ ଯଦି ଆଉ ପୁରୀବାସୀ ମୁଣ୍ଡ ପିଟିବେ ଏହା ଫେରିବ ନାହିଁ ବୋଲି ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories