www.samajalive.in
Sunday, December 7, 2025
26.1 C
Bhubaneswar

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ

ଦ୍ୱାରଶୁଣି : ଜଣେ ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ। ମୟୁରଭଞ୍ଜ ଜିଲ୍ଲା ସେସନ୍ କୋର୍ଟରେ ଏହିପରି କଠୋର ଦଣ୍ଡାଦେଶ ହୋଇଛି। ୨୦୧୭ ମସିହାରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କୁମ୍ଭାରମୁଣ୍ଡାକଟା ଗାଁରେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ଜଣେ ସ୍ଵାମୀ ତାର ପତ୍ନୀକୁ ଲୁହା ରଡ଼ରେ ମାଡ଼ ମାରି ହତ୍ୟା କରିଥିଲା। ଘଟଣାକୁ ଲୁଚାଇବାକୁ ଯାଇ ଅଭିଯୁକ୍ତ ସ୍ଵାମୀ ସ୍ତ୍ରୀର ମୃତଦେହକୁ ଘରେ ପୁରାଇ ନିଆଁ ଲଗାଇ ଦେଇଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ମାଆ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ। ଆଜି କୋର୍ଟରେ ଘଟଣାର ୨୨ ଜଣ ସାକ୍ଷୀଙ୍କ ଶୁଣାଣି ପରେ ଅଭିଯୁକ୍ତ ସ୍ଵାମୀ ଲାଲ୍ ମୋହନ ସିଂକୁ ଏହି କଠୋର ଦଣ୍ଡାଦେଶ ଦିଆଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories