www.samajalive.in
Monday, December 8, 2025
14.1 C
Bhubaneswar

ପୁରୀ ହାଜତ ମୃତ୍ୟୁ ମାମଲାରେ ତଦନ୍ତକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ : ପୁଲିସ ନାଁରେ ୩୦୨ ଦଫା ଲାଗିଛି ନା ନାହିଁ

କଟକ : ପୁରୀ ବାସେଳିସାହି ଥାନା ହାଜତରେ କେ.ରମେଶଙ୍କ ମୃତ୍ୟୁ ମାମଲାରେ ମଙ୍ଗଳବାର ମୁଖ୍ୟ ବିଚାରପତି ମହମ୍ମଦ ରଫିକ, ଡକ୍ଟର ଜଷ୍ଟିସ ବି.ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ତଦନ୍ତକୁ ନେଇ ଘୋର ଅସନ୍ତୋଷବ୍ୟକ୍ତ କରିଥିଲେ। ଆଇପିସି ୩୦୨ ଦଫାରେ ପୁଲିସ ବିରୋଧରେ ଏଫଆଇଆର ରୁଜୁ ହୋଇଛି କି ନାହିଁ ଓ ମାଜିଷ୍ଟ୍ରେଟସ୍ତରୀୟ ଚାଲିଥିବା ତଦନ୍ତର ଅଗ୍ରଗତି କ’ଣ ହୋଇଛି ସେ ସମ୍ପର୍କରେ ହାଇକୋର୍ଟ କୈଫିୟତ ମାଗିଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହି ସମୟ ମଧ୍ୟରେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ମାଜିଷ୍ଟ୍ରେଟଙ୍କ ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ଏହି ମାମଲାରେ ପୂର୍ବରୁ ସରକାରଙ୍କ ପକ୍ଷରୁ ଦାଖଲ ଜବାବ ଉପରେ ଆବେଦନକାରୀଙ୍କ ପକ୍ଷରୁ ପ୍ରତିଜବାବ ଦାଖଲ କରାଯାଇଥିଲା। ପ୍ରତିଜବାବରେ ଆବେଦନକାରୀ ଦର୍ଶାଇଥିଲେ ଯେ ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ଭଡ଼ା ଘରୁ ଗତ ୧୮ ତାରିଖ ଦିନ ୨ଟା ବେଳେ ରମେଶଙ୍କୁ ପୁଲିସ ନେବା ବେଳେ ମାଡ଼ ମାରିଥିବା ଘଟଣା ସ୍ଥାନୀୟ ଲୋକମାନେ ଦେଖିଥିଲେ। ଏହାପରେ ଥାନାରେ ରମେଶଙ୍କୁ ନିର୍ଯାତନା ଦିଆଯାଇଥିଲା ଓ ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ତଥ୍ୟ ସହିତ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସ୍ପଷ୍ଟ ହୋଇଛି ଯେ ଏହି ଘଟଣା ଦିନ ତତ୍କାଳୀନ ପୁରୀ ଏସପି ବାସେଳିସାହି ଥାନାକୁ ୬ଟା ବେଳେ ଯାଇଥିଲେ ଓ ରାତି ୮ଟା ସମୟରେ ଏସପି ଥାନାରୁ ଫେରିଥିଲେ। ରମେଶଙ୍କୁ ନିର୍ଯାତନା ଦିଆଯିବା ଓ ମୃତ୍ୟୁ ହେବା ସମୟରେ ଏସପି ଓ ବାସେଳିସାହି ଥାନା ଅଧିକାରୀ ଥାନାରେ ଉପସ୍ଥିତ ଥିଲେ ବୋଲି ପ୍ରତିଜବାବରେ ଉଲ୍ଲେଖ କରାଯାଇଥିଲା। ପୁଲିସ ସହିତ ଧସ୍ତାଧସ୍ତି ଘଟଣା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ। ଥାନା ହାଜତରେ ରମେଶଙ୍କ ପୁଲିସ ମାଡ଼ରେ ମୃତ୍ୟୁ ହୋଇଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

- Advertisement -

ମାମଲାର ବିବରଣୀରୁ ପ୍ରକାଶ ଯେ ବା‌େସଳିସାହି ଥାନା‌ ହାଜତରେ କେ.ରମେଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଅଦାଲତ ନିଜେ କରନ୍ତୁ ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଥାନା ଠାରୁ ମାତ୍ର ଦୁଇ କି.ମି. ଦୂରରେ ଏସଡିଜେଏମ୍ ଅଦାଲତ ହୋଇଥିବା ବେଳେ କୋର୍ଟ ଚାଲାଣ ନ କରି ବିନା କାରଣରେ ରମେଶଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା। କେଉଁ ପରିସ୍ଥିତିରେ ରମେଶଙ୍କ ମୃତ୍ୟୁ ହୋଇଥିଲା ତାହା ତଦନ୍ତ ହେବା ଆବଶ୍ୟକ। ଏଭଳି ବର୍ବର ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ। ଏଥି ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ। ମାମଲାରେ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସପି ଓ ବାସେଳିସାହି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories