www.samajalive.in
Saturday, December 6, 2025
16.1 C
Bhubaneswar

ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ, ଉଡ଼ିଲା ୯ଟି ଲଢ଼ୁଆ ବିମାନ

ଡେସ୍କ: ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ଵାରା ସୂର୍ଯ୍ୟ କିରଣ ସୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ଦୁସାହାସିକ ଓ ରୋମାଚଂକର କଳା କୌଶଳ ପ୍ରଦର୍ଶିତ କରାଯାଇଥିଲା। ଆଜି ସକାଳ ୧୦.୨୦ ମିନିଟ ସମୟରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗବିଚ ଠାରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହରସାଲ ଏୟାର ସୋ ଅନୁଷ୍ଠିତ ହୋଇଥିଲା। ଏରୋବେଟିକ୍‍ ଟିମର ଆକାଶ ମାର୍ଗରେ ସାହାସିକତା ପ୍ରଦର୍ଶନ ଏବଂ ଏକା ସାଙ୍ଗରେ ଆକାଶରେ ୯ଟି ଲଢ଼ୁଆ ବିମାନ ଉଡିବା ବେଶ୍‍ ଉପଭୋଗ୍ୟ ହୋଇଥିଲା। ଆକାଶ ମାର୍ଗରେ ବାୟୁସେନା ପକ୍ଷରୁ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଜିଲ୍ଲାର ବିଭିନ୍ନ ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଏନସିସି କ୍ୟାଡେଟ, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ସାଧାରଣ ଲୋକମାନେ ଯୋଗ ଦେଇ ଏୟାର ସୋ ଉପଭୋଗ କରିଥିଲେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories