www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ ମିଳିବ ଆଡ଼ପ ଦର୍ଶନ ଓ ଅବଢ଼ା

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରବିବାର ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରୁ ମହାପ୍ରଭୁଙ୍କୁ ଆଡପ ପହଣ୍ଡି କରାଯାଇଛି। ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ମଦନମୋହନଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବା ପରେ ଚକ୍ରରାଜ ଶ୍ରୀସୁଦର୍ଶନ ପହଣ୍ଡି ବିଜେ କରିଥିଲେ। ଏହାପରେ ତାଳଧ୍ୱଜ ରଥରୁ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦର୍ପଦଳନ ରଥରୁ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରାଯାଇଥିଲା। କାଳିଆ ଠାକୁର ଶ୍ରୀଜଗନ୍ନାଥ ଶେଷରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀ ମସ୍ତକରେ ଆକର୍ଷଣୀୟ ଟାହିଆ ଶୋଭା ପାଉଥିଲା। ସେବକ ଓ ଭକ୍ତଙ୍କ ମେଳରେ ପ୍ରଭୁ ଝୁଲି ଝୁଲି ଆଡପ ମଣ୍ଡପକୁ ବିଜେ କରିଥିଲେ। ଶରଧାବାଲିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରଥ ଉପରେ ପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ଘୋଡ଼ା ଫିଟାଯିବା ସହ ଚାରମାଳ ବନ୍ଧା ଓ ସିଂହାସନ ମାଜଣା କରାଯାଇଥିଲା। ଘଣ୍ଟୁଆଙ୍କ ମିଳିତ ଘଣ୍ଟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ପୁଷ୍ପାଞ୍ଜଳି ପ୍ରଦାନ ପରେ ଆରମ୍ଭ ହୋଇଥିଲା ପହଣ୍ଡି। ରାତି ୧୦ଟା ସୁଦ୍ଧା ପ୍ରଭୁ ଆଡପ ମଣ୍ଡପରେ ବିଜେ କରିଥିଲେ। ଆଜି ସକାଳୁ ସେଠାରେ ପ୍ରଭୁଙ୍କ ସେବାପୂଜା ଓ ନୀତିକାନ୍ତି ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାରେ ଆଡ଼ପ ଅବଢ଼ା ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ। ଭକ୍ତମାନେ ସେଠାରେ ଆଡ଼ପ ଅବଢ଼ା ତଥା ମହାପ୍ରସାଦ ପାଇ ପାରିବେ। ଜୁଲାଇ ୪ ତାରିଖ ରାତି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତଙ୍କୁ ମହାପ୍ରଭୁ ସେଠାରେ ଆଡପ ଦର୍ଶନ ଦେବେ। ଆଷାଢ ଶୁକ୍ଲ ଦଶମୀ ତିଥିରେ ଆଗାମୀ ୫ତାରିଖ ଦିନ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପୁଣିଥରେ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରା କରିବେ ପ୍ରଭୁ ଶ୍ରୀଜଗନ୍ନାଥ। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ, ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ପୁଲିସ ମହାନିର୍ଦେଶକ ୱାଇ. ବି. ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପ୍ରାକ୍ତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ର, ଅତିରିକ୍ତ ପୁଲିସ ମହା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ଚଞ୍ଚଲ ରାଣା, ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ପ୍ରମୁଖ ଶରଧାବାଲିରେ ଉପସ୍ଥିତ ରହି ମହାପ୍ରଭୁଙ୍କ ଆଡପ ବିଜେ ନୀତି ତଦାରଖ କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories