ପୁରୀ: ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀ ସହରକୁ ଭିକାରିମୁକ୍ତ କରାଯିବ। ଏକ ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ୫୬୨ ଭିକାରିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ପାଇଁ ନୀଳାଦ୍ରି ନିଳୟ ପ୍ରତିଷ୍ଠା କରାଯାଇ ଥଇଥାନ କରାଯିବ। ଭିକାରିମାନଙ୍କୁ ଆତ୍ମନିଯୁକ୍ତି ତାଲିମ ଦିଆଯାଇ ଜୀବିକା ଯୋଗାଇ ଦିଆଯିବ ବୋଲି ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। ମାନସିକ ବିକୃତ ଏବଂ ରୋଗଗ୍ରସ୍ତ ଭିକାରିଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ପୁରୀ ବିକାଶ ଯୋଜନାରେ ଏହି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ। ଦାରିଦ୍ର୍ୟ ସୀମାରେଖାତଳେ ଥିବା ଏବଂ ଯୋଗ୍ୟ ଭିକାରିଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ଆବାସ, ଖାଉଟିକାର୍ଡ, ମାସିକ ଭତ୍ତା ଓ ବ୍ୟବସାୟିକ ଋଣ ପ୍ରଦାନ କରାଯିବ। ଏହି ସମ୍ଭାବ୍ୟ ଯୋଜନା କାର୍ଯ୍ୟକାରୀ ପାଇଁ ଅଭିଜ୍ଞ ଓ ପେସାଦାର ସଂସ୍ଥାର ସହାୟତା ନିଆଯିବ ବୋଲି ଜିଲାପାଳ କହିଛନ୍ତି।
Popular Categories


