www.samajalive.in
Monday, December 8, 2025
24.1 C
Bhubaneswar

ବାତିଲ ହେଲା କେଜରିୱାଲଙ୍କ ସଭା:କଇଁକଇଁ କାନ୍ଦିପକାଇଲେ ଆୟୋଜକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଯେତେବେଳେ କୌଣସି ସଭାରେ ଭାଷଣ ଦିଅନ୍ତି ତାଙ୍କ ଶୈଳୀ ଦର୍ଶକଙ୍କୁ ହସିବା ପାଇଁ ବାଧ୍ୟ କରିଥାଏ। ତେବେ ଏଭଳି ଜଣେ ଲୋକପ୍ରିୟ ନେତାଙ୍କ ସଭାରେ ଆୟୋଜକ କଇଁକଇଁ କାନ୍ଦିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି। ଆୟୋଜକଜଣକ ସୁଧରେ ଋଣ ନେଇ ସଭାର ଆୟୋଜନ କରିଥିଲେ। ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ। ତେବେ ସଭାସ୍ଥଳରେ ପ୍ରର୍ଯ୍ୟାପ୍ତ ଦର୍ଶକ ନହେବାରୁ ଆସନ ଖାଲି ପଡ଼ିଥିଲା। ଏଭଳି ଖବର ପାଇଁ ମୁଖ୍ୟମନ୍ତ୍ରୀ କେଜରିୱାଲ ହଠାତ୍‍ କାର୍ଯ୍ୟକ୍ରମକୁ ବାତିଲ କରିଦେବାରୁ ଆୟୋଜକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା।
ଦୟାନନ୍ଦ ଗର୍ଗ ନାମକ ବ୍ୟକ୍ତି ବିବାନୀଠାରେ ଥିବା ଅନାଜ ମଣ୍ଡିରେ ଅଭିଭାବକ ସମ୍ମିଳନୀର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟଅତିଥି ଭାବେ ଆମନ୍ତ୍ରିତ କରିଥିଲେ। କେଜରିୱାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ମତି ଜଣାଇଥିଲେ। ଶେଷ ମୁହୂର୍ତ୍ତରେ ସଭାସ୍ଥଳରେ ଆସନ ଖାଲି ପଡ଼ିଥିବା ଖବର କେଜରିୱାଲଙ୍କୁ ମିଳିବାରୁ ସେ ଉକ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିଲେ। ଏହି ଖବର ଦୟାନନ୍ଦଙ୍କୁ ବେଶ୍‍ ଆଚମ୍ବିତ କରି ଦେଇଥିଲା। ଫଳରେ ଦୟାନନ୍ଦ ସଭାସ୍ଥଳରେ କଇଁକଇଁ ହୋଇ କାନ୍ଦିବା ସହ ଗଣମାଧ୍ୟମ ଆଗରେ ତାଙ୍କ ଦୁଖଃ ବଖାଣିବାରେ ଲାଗିଥିଲେ। ସୁଧରେ ଟଙ୍କା ଆଣି ଏହି କାର୍ଯ୍ୟକ୍ରମ କରିଥିଲେ ଦୟାନନ୍ଦ। କେଜରିୱାଲ ନଆସିବାରୁ ତାଙ୍କ ଟଙ୍କା ବୁଡ଼ି ଗଲା। ଦୟାନନ୍ଦଙ୍କ ସମ୍ମାନହାନୀ ହୋଇଥିବାରୁ ସେ ସଭାସ୍ଥଳରେ ଅନଶନରେ ବସିଥିଲେ। ନିଜ ପରିବାରବର୍ଗଙ୍କ କଥା ଭୁଲି ସେ ସମସ୍ତ ପୁଞ୍ଜି ଖଟାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଦୀର୍ଘ ୧୫ଦିନ ଧରି ଦୟାନନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ବ୍ୟାପକ ଆୟୋଜନ କରିଥିଲେ। ତେବେ କେଜରିୱାଲ ନଆସିବାରୁ ସମସ୍ତ ପରିଶ୍ରମ ପଣ୍ଡ ହେବା ସହ ମୁଣ୍ଡ ଉପରେ ଋଣ ବୋଝ ପଡ଼ିଲା ବୋଲି ସେ ସାମ୍ବାଦିକ ନିକଟରେ ଅଭିଯୋଗ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories