www.samajalive.in
Wednesday, December 10, 2025
26.1 C
Bhubaneswar

ପୁଅ ଜିଉନ୍ତିଆରେ ଭକ୍ତଙ୍କୁ ଦର୍ଶନ ଦେଇ ସ୍ନାନଯାତ୍ରାରେ ଗଲେ ଫୁଲମୁଠୀର ଇଷ୍ଟଦେବୀ ମା’ ମାହେଶ୍ୱରୀ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଥିବା ସମସ୍ତ ଶକ୍ତି ପୀଠ ଆଜି ପୁଅ ଜିଉନ୍ତିଆ ପାଇଁ ଉତ୍ସବ ମୁଖର ହୋଇଉଠିଛି। ମା’ ମାହେଶ୍ୱରୀ ଦେବୀଙ୍କ ଆଶ୍ୱିନ ମାସର ଷୋଡ଼ଶ ଉପଚାର ଉପାସନା ଓ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି। ଏନେଇ ଗ୍ରାମବାସୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ମା’ ମାହେଶ୍ୱରୀ ଦେବୀଙ୍କ ପୂଜାର୍ଚ୍ଚନା ପାଇଁ ପୂଜାରୀ, ଦେହେରୀ, ପୁରୋହିତଙ୍କ ସମେତ ଅନ୍ୟାନ୍ୟ ସେବାୟତମାନେ ସକ୍ରିୟ ସହଯୋଗ କରୁଥିବା ବେଳେ ଦେବୀଙ୍କ ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ସମସ୍ତେ ବ୍ୟସ୍ତ ଥିବା ବେଳେ ପୂଜାକାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ବର୍ଷର ଆଶ୍ୱିନ ମାସରେ ମା’ଙ୍କଠାରେ ଷୋଡ଼ଶ ଉପଚାର ଓ ସମସ୍ତ ନୀତିକାନ୍ତି ପାଇଁ ସମ୍ପାଦନ କରିବା ପାଇଁ ଅଞ୍ଚଳର ସମସ୍ତ ମାହେଶ୍ୱରୀ ଦେବୀଙ୍କ ମନ୍ଦିରଗୁଡ଼ିକ ଭୋରରୁ ଖୋଲା ଯାଇଥିବା ବେଳେ ପୁଅ ଜିଉନ୍ତିଆ ବ୍ରତ ପଡ଼ିଥିବାରୁ ମାହେଶ୍ୱରୀ ଦେବୀଙ୍କ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ରହିବା ସହିତ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ପରିଲକ୍ଷିତ ହୋଇଛି।

ପୁଅ ଜିଉନ୍ତିଆରେ ବ୍ରତଧାରୀ ଗୃହିଣୀମାନେ ପୁଅମାନଙ୍କର ଶୁଭ ମନାସୀ ଇଷ୍ଟଦେବୀ ମା’ ମାହେଶ୍ୱରୀଙ୍କଠାରେ ଉପାସନା ସହିତ ୧୦୮ ଦୁବ ଓ ପୁଷ୍ପ ଅର୍ପଣ କରି ତାହା ଆସନ୍ତାକାଲି ସକାଳୁ ପୁଅମାନଙ୍କ ଦୀର୍ଘାୟୁ କାମନା ଏବଂ ଶୁଭ ମନାସୀ ଦୁବ ଚଢ଼ାଇବାର ସ୍ଵତନ୍ତ୍ର ବିଧିବିଧାନ ରହିଛି। ତେବେ ପାର୍ବଣ ଋତୁରେ ମାହେଶ୍ୱରୀ ଦେବୀଙ୍କ ସମୂହ ପୀଠରେ ଅନୁଷ୍ଠିତ କାଷ୍ଟା ଓ ନିଷ୍ଠାର ସହ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ପାଇଁ ଉପାସନା ଆଜିଠାରୁ ସମସ୍ତ ଶକ୍ତିପୀଠକୁ ପାରମ୍ପରିକ ନୀତିକାନ୍ତିକୁ ଉଦ୍‌ଜୀବିତ କରି ଦେଇଛି। ଏନେଇ ଆଜି ବିନିକା ଅଞ୍ଚଳରେ ଥିବା ସମୂହ ଶକ୍ତିପୀଠରେ ଇଷ୍ଟଦେବୀ ମା’ ମାହେଶ୍ୱରୀ ଦେବୀ ବିଧିବିଧାନ ପୂର୍ବକ ନିତିକାନ୍ତିର ସହ ପୂଜା ପାଇଥିବା ବେଳେ ସନ୍ଧ୍ୟାରେ ସବୁଠି ଶକ୍ତିଦେବୀ ମା’ ମାହେଶ୍ୱରୀ ମନ୍ଦିର ଗମ୍ଭୀରରୁ ବାହାରି ସ୍ନାନ ଯାତ୍ରାରେ ଯିବାବେଳେ ରାଜଦାଣ୍ଡରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇ ପୁଷ୍କରିଣୀକୁ ସ୍ନାନ ଯାତ୍ରାରେ ଯାଇ ପୁନର୍ବାର ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଆଜି ବିନିକା ଅଞ୍ଚଳର ଫୁଲମୁଠୀ ସ୍ଥିତ ଶକ୍ତିପୀଠରୁ ଘଣ୍ଟଘଣ୍ଟା ଓ ବେଜି ବରୁଆ, ସେବାୟତ କର୍ମଚାରୀ ଓ ଛତ୍ରଧାରୀଙ୍କ ସହ ବାହାରି ଇଷ୍ଟଦେବୀ ମା’ ମାହେଶ୍ୱରୀ ନିକଟସ୍ଥ ବଡ଼ବନ୍ଧ ପୁଷ୍କରିଣୀକୁ ସ୍ନାନ ଯାତ୍ରାରେ ଯାଇଥିବା ବେଳେ ସେହିପରି ଅଞ୍ଚଳର କର୍ତ୍ତଙ୍ଗ, ଭଣ୍ଡାର, ଅରିଗାଁ,ଡଭଲା, ବଲାରଙ୍ଗା, ଗରଗଡବାହାଲ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ମାହେଶ୍ୱରୀ ଦେବୀ ସ୍ନାନ ଯାତ୍ରାରେ ଯାଇଛନ୍ତି। ଫୁଲମୁଠୀ ଗ୍ରାମରେ ପୁଅ ଜିଉନ୍ତିଆରେ ଅନୁଷ୍ଠିତ ମା’ ମାହେଶ୍ୱରୀ ଦେବୀଙ୍କ ସ୍ନାନ ଯାତ୍ରା ଅବସରରେ ଆୟୋଜିତ ପୂଜୋନୋତ୍ସବ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ଫଗୁ ପତ୍ରଙ୍କ ସମେତ ମା’ ମାହେଶ୍ୱରୀ ଦେବୀଙ୍କ ପୂଜକ ମୋହନ ଦେହେରୀଙ୍କ ସମେତ ସେବାୟତ ପୁରୋହିତ ବିଷ୍ଣୁପ୍ରସାଦ ପଣ୍ଡା, କଇରା ପଧାନ, ମା’ଙ୍କ ବରୁଆ ବୁଧୁ ବିଶି, ବୁଲୁ ମହାକୁର, ନୂଆଁବାବୁ ପଧାନ, ସତ୍ୟ ପଧାନ, ମଶାଲଧାରୀ ହାଡ଼ୁ ସାହୁଙ୍କ ସମେତ ସମୂହ ସେବାୟତ କର୍ମଚାରୀମାନେ ଉପସ୍ଥିତ ରହି ସ୍ନାନ ଯାତ୍ରା ଅବସରରେ ପୂଜାକାର୍ଯ୍ୟ ସମ୍ପାଦନରେ ସହଯୋଗ କରିଥିବା ବେଳେ ଫୁଲମୁଠୀ ସ୍ଥିତ ମା’ ମାହେଶ୍ୱରୀ ଘଣ୍ଟବାଦ୍ୟ ଦଳର ସମୂହ କର୍ମକର୍ତ୍ତା ସକ୍ରିୟ ସହଯୋଗ କରି ବାଦ୍ୟ ପରିବେଷଣ କରିଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories