www.samajalive.in
Sunday, December 7, 2025
16.1 C
Bhubaneswar

ହସିନାଙ୍କ ପରେ ଟାର୍ଗେଟରେ ପ୍ରଧାନ ବିଚାରପତି; ସୁପ୍ରିମକୋର୍ଟ ଘେରିଲେ ଆନ୍ଦୋଳନକାରୀ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ହିଂସା ଥମିବାର ନାଁ ଧରୁନାହିଁ। ସେନା ଚାପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେଇସାରିଥିବାବେଳେ ଏବେ ଆନ୍ଦୋଳନକାରୀଙ୍କ ଟାର୍ଗେଟକୁ ଆସିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ସମସ୍ତ ବିଚାରପତି। ଶନିବାର ହଜାର ହଜାର ବିକ୍ଷୋଭକାରୀ ସୁପ୍ରିମକୋର୍ଟ ଘେରାଉ କରି ପ୍ରଧାନ ବିଚାରପତି ଏବଂ ସବୁ ବିଚାରପତିଙ୍କ ଇସ୍ତଫା ଦାବି କରିଛନ୍ତି। ସମସ୍ତଙ୍କୁ ୧ ଘଣ୍ଟାର ସମୟ ଦିଆଯାଇଥିବାବେଳେ ପ୍ରଧାନ ବିଚାରପତି କୋର୍ଟ ଛାଡ଼ି ପଳାଇଥିବା ସୂଚନା ମିଳିଛି।

ତେବେ ବିକ୍ଷୋଭକାରୀ ସୁପ୍ରିମକୋର୍ଟକୁ ଟାର୍ଗେଟ କରିବା ପଛର କାରଣ ହେଉଛି ନୂଆ ଅନ୍ତରୀଣ ସରକାରର ବିନା ପରାମର୍ଶରେ ପ୍ରଧାନ ବିଚାରପତି କୋର୍ଟ ବୈଠକ ଡକାଇ ଦେଇଥିଲେ। ଏହାକୁ ନେଇ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରଦାନ ବିଚାରପତି ମଧ୍ୟ ହସିନାଙ୍କ ସମର୍ଥନରେ ଥିବା ଅଭିଯୋଗ କରିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କୋର୍ଟ ବୈଠକକୁ ରଦ୍ଦ କରିଦିଆଯାଇଥିଲା। ହେଲେ ବିକ୍ଷୋଭକାରୀ ଶାନ୍ତ ହୋଇ ନ ଥିଲେ। ସେମାନେ କୋର୍ଟ ଘେରାଉ କରିଥିଲେ। ଆନ୍ଦୋଳନକାରୀମାନେ ପ୍ରଧାନ ବିଚାରପତିଙ୍କୁ ପଦ ଛାଡ଼ିବାକୁ ୧ ଘଣ୍ଟା ସମୟ ଦେଇଥିଲେ।​‌ ସେହିପରି ନୂଆ ଅନ୍ତରୀଣ ସରକାରର କ୍ରୀଡ଼ା ମନ୍ତ୍ରୀ ସର୍ବସାଧାରଣରେ ପ୍ରଧାନ ବିଚାରପତି ଓବୈଦୁଲ ହସନଙ୍କ ଇସ୍ତଫା ଦାବି କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories