www.samajalive.in
Monday, December 8, 2025
27.1 C
Bhubaneswar

ଚନ୍ଦନଭାଟି ଫାଣ୍ଡି ଘେରିଲା ବଜରଙ୍ଗ ଦଳ, ଅଭିଯୁକ୍ତ ଗିରଫ ନ ହେଲେ ନିଆଁ ଜଳିବ ଚେତାବନୀ 

ବଲାଙ୍ଗିର : ଖୋଲାରେ ଅଭିଯୁକ୍ତ ବୁଲୁଥିବା ବେଳେ ସେମାନଙ୍କୁ ଗିରଫ କରିବା ଦାବିରେ ବଲାଙ୍ଗିର ବଜରଙ୍ଗ ଦଳ ପକ୍ଷରୁ ଚନ୍ଦନଭାଟି ଫାଣ୍ଡି ଘେରାଉ କରାଯାଇଥିଲା। ସୂଚନାରୁ ପ୍ରକାଶ ଯେ, ଗତ କିଛି ଦିନ ତଳେ କୁଶମେଲ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗାଁରେ କିଛି ଦୁର୍ବୃତ୍ତ ଏକ ଜୀବନ ଗାଈକୁ ନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ସହ ତାର ମାଂସ ବନାଉଥିବା ଖୁଶମେଲ ଗାଁର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଖବର ପାଇଥିଲେ। ଘଟଣାସ୍ଥଳରେ କାର୍ଯ୍ୟକର୍ତ୍ତା ପହଞ୍ଚି ଏହାକୁ ବିରୋଧ କରିବା ସହ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ହାତରେ ଧରାଇଥିଲେ। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। କିନ୍ତୁ ସେଥି ମଧ୍ୟରୁ ୩ ଜଣ ଅଭିଯୁକ୍ତ ପୁଲିସ ଆଖିରେ ଦୂଳି ଦେଇ ପୁଲିସ ହାତରୁ ଫେରାର ମାରିବାରେ ସଫଳ ହୋଇଥିଲେ। ଆଜିକୁ ସପ୍ତାହେ ବ୍ୟାପୀ ଯାଇଥିଲେ ସୁଦ୍ଧା ସେମାନଙ୍କୁ ପୁଲିସ ଗିରଫ କରି ନାହିଁ। ହେଲେ ଉକ୍ତ ଅଭିଯୁକ୍ତମାନେ ଖୋଲାଖୋଲି ଭାବେ ଗାଁରେ ବୁଲୁଛନ୍ତି। ବେଧକଡ ବୁଲୁଥିବା ଅଭିଯୁକ୍ତଙ୍କ ବିରୋଧରେ ଚନ୍ଦନଭାଟି ଫାଣ୍ଡି ପୁଲିସ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ବିଶେଷ ସହାନୁଭୂତି ଥିବା ବଜରଙ୍ଗ ଦଳ ଅଭିଯୋଗ କରିଛି। ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅପେକ୍ଷା ଚୁପ୍ ବସିବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶନିବାର ଏନେଇ ଚନ୍ଦନଭାଟି ଫାଣ୍ଡି ଘେରାଉ କରାଯାଇଥିଲା। ଯଦି ପୁଲିସ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ରାଜରସ୍ତାରେ ଏହାର ତୀବ୍ର ବିରୋଧ କରାଯିବା ସହ ନିଆଁ ଜଳିବ ବୋଲି ଦଳ ପୁଲିସକୁ ଚେତାବନୀ ଦେଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories