ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାରେ ଗୁରୁବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି। କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ନାମରେ ଥାନାରେ ମିଥ୍ୟା ଅଭିଯୋଗ କରାଯାଇଥିବା ପ୍ରତିବାଦରେ ଅନ୍ୟ କାର୍ମଚାରୀମାନେ ଧାରଣାରେ ବସିଛନ୍ତି। କର୍ମଚାରୀ ଜଣକ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର କରନ୍ତୁ ଏବଂ ଏଭଳି ମିଥ୍ୟା ଅଭିଯୋଗକରିଥିବା ମହିଳାଙ୍କ ବିରୁଦ୍ଧରେ ପାଲଟା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି କର୍ମଚାରୀମାନେ ଦାବି କରିଛନ୍ତି।
Popular Categories



