www.samajalive.in
Friday, December 12, 2025
17.1 C
Bhubaneswar

କୋଇଲା ଖଣି ବିସ୍ଥାପିତଙ୍କୁ ଉଚିତ୍‍ କ୍ଷତିପୂରଣ ଦେବାକୁ ସୁନ୍ଦରଗଡ଼ ବିଧାୟିକାଙ୍କ ଦାବି

ରାଜସ୍ବ ସଚିବଙ୍କୁ ଚିଠି ଲେଖିଲେ ସୁନ୍ଦରଗଡ଼ ବିଧାୟିକା

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକରେ ଓଡ଼ିଶା କୋଲ୍‍ ପାୱାର ଲିମିଟେଡ୍‍ (ଓସିପିଏଲ୍‍) ତାହାର କୋଇଲା ଖଣି ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣ କରୁଛି। ଏହି କାର୍ଯ୍ୟ ପାଇଁ ଜମି ହରାଉଥିବା ଲୋକଙ୍କୁ ୨୦୧୩ ମସିହାର ଥଇଥାନ ଓ ପୁନର୍ବାସ ଆଇନ୍‍ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ସହିତ ସେମାନଙ୍କ ଜୀବନ ଜୀବିକା ପ୍ରତି ଧ୍ୟାନ ଦେବା ଲାଗି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦାବି କରିଛନ୍ତି। ଏ ପ୍ରସଙ୍ଗରେ ଶ୍ରୀମତୀ ଟେଟେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖିଛନ୍ତି।

- Advertisement -

ଶ୍ରୀମତୀ ଟେଟେ ଦର୍ଶାଇଛନ୍ତି ଯେ ହେମଗିରି ବ୍ଲକରେ ସରକାର କୋଇଲା ଖଣି ସମ୍ପ୍ରସାରଣ ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜମି ହରାଉଥିବା ମାଲିକଙ୍କୁ ସ୍ୱଚ୍ଛ ଉପାୟରେ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ। ଲୋକମାନଙ୍କ ଜୀବନ ଜୀବିକା ନେଇ ହୋଇଥିବା ସାମାଜିକ ସର୍ଭେକ୍ଷଣରେ ସଂଗ୍ରହ କରାଯାଇଥିବା ସୂଚନାର ପୁନର୍ବିଚାର ଲାଗି ଶ୍ରୀମତୀ ଟେଟେ କହିଛନ୍ତି। ଠିକଣା ସୂଚନା ସଂଗ୍ରହ କରାଗଲେ ଲୋକଙ୍କ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ ଏବଂ ସେମାନେ ଠିକଣା ଭାବେ କ୍ଷତିପୂରଣ ପାଇପାରିବେ। କେବଳ ଏହି କୋଇଲା ଖଣି ନୁହେଁ ବିଭିନ୍ନ କମ୍ପାନୀର ଜମି ଅଧିଗ୍ରହଣ ସମୟରେ ଲୋକେ ଆଇନ୍‍ ମୁତାବକ କ୍ଷତିପୂରଣ ପାଉନଥିବାର ଅଭିଯୋଗ ସାମ୍‍ନାକୁ ଆସୁଥିବା ବିଧାୟିକା କହିଛନ୍ତି।

ଅତୀତରେ ବିଭିନ୍ନ କମ୍ପାନୀ ଦ୍ୱାରା ହେଉଥିବା ଜମି ଅଧିଗ୍ରହଣ ସମୟରେ ନ୍ୟାୟ ନ ପାଇ ହତାଶ ହୋଇ କୋର୍ଟ କଚେରୀକୁ ଯାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିନା ଗ୍ରାମସଭା ଓ ପ୍ରଭାବିତ ଲୋକଙ୍କୁ ସୂଚନା ନ ଦେଇ ଜମି ଅଧିଗ୍ରହଣ ଚାଲିଛି। ଏପରିକି ଥଇଥାନ ନକରି ଓ ପୂର୍ବ ସୂଚନା ନ ଦେଇ ଲୋକଙ୍କ ଘର ଭାଙ୍ଗି ଦିଆଯାଉଛି। ଏହାଦ୍ୱାରା ଜମି ଅଧିଗ୍ରହଣ ଯୋଗୁ ନିଜର ଜୀବନ ଜୀବିକା ହରାଉଥିବା ଲୋକଙ୍କ ମଧ୍ୟରେ କ୍ରୋଧ ବୃଦ୍ଧି ପାଉଛି। ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଉପାୟରେ ସେମାନଙ୍କୁ କ୍ଷତିପୂରଣ ଦିଆଯିବା ଆବଶ୍ୟକ। କୋଇଲା ପ୍ରକଳ୍ପ ଦ୍ୱାରା ହେମଗିରି ବ୍ଳକ୍‍ର ଜମିହରାମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ପ୍ରମୁଖ ସଚିବ ନିଜେ ହସ୍ତକ୍ଷେପ କରିବାକୁ ଶ୍ରୀମତୀ ଟେଟେ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories