www.samajalive.in
Saturday, December 6, 2025
16.1 C
Bhubaneswar

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ବ୍ରଜରାଜନଗର:- ଝାରସୁଗୁଡା ପୁଲିସର ଇନ୍ସପେକ୍ଟର ସ୍ତରରେ ରବିବାର ଅଦଳବଦଳ କରାଯାଇଛି । ଜିଲା ମୁଖ୍ୟାଳୟ ଚିଠି ନମ୍ବର ୬୪୨ ଅନୁଯାୟୀ ୩ ଜଣ ଇନ୍ସପେକ୍ଟରଙ୍କୁ ବଦଳି ହୋଇଛି। ଅପରପକ୍ଷରେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ୫ ଜଣ ସବ-ଇନ୍ସପେକ୍ଟରକୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି । ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠଙ୍କୁ ବ୍ରଜରାଜନଗର ଥାନାକୁ ବଦଳି କରାଯାଇଛି। ବେଳପାହାଡ଼ ଆଇଆଇସି ରଶ୍ମିତା ବେହେରାଙ୍କୁ ବନହରପାଲି ଥାନା ଓ କଲ୍ୟାଣି ବେହେରାଙ୍କୁ ଓରିଏଣ୍ଟ ଆଇଆଇସି ଭାବେ ବଦଳି କରାଯାଇଛି। ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ୫ ଜଣଙ୍କ ମଧ୍ୟରୁ ରଞ୍ଜନ କୁମାର ବିଶ୍ୱାଳଙ୍କୁ ବେଳପାହାଡ଼ ଥାନା ଅଧିକାରୀ ଏବଂ ଦୁଖୀନ୍ଦ୍ର ସାହୁଙ୍କୁ ଲଖନପୁର ଆଇଆଇସିର କାର୍ଯ୍ୟଭାର ପ୍ରଦାନ କରାଯାଇଛି। ସେହି ପରି ସୁନୀଲ କୁମାର ସରାଫଙ୍କୁ ଆଇୟୁସିଏଡବ୍ଲୁକୁ ବଦଳି କରାଯିବା ସହିତ ତାଳପଟିଆ ଇନଚାର୍ଜର ଦାୟିତ୍ୱ ପ୍ରଦାନ କରାଯାଇଛି। ଇଗ୍ନେସ ବାର୍ଲାଙ୍କୁ ଆଇୟୁସିଏଡବ୍ଲୁ ଓ ସିପୋୟା ସରାୟେ ଲୁଗୁନଙ୍କୁ ଆଇଏଏଚଟିୟୁକୁ ବଦଳି କରାଯାଇଛି। ଅପରପକ୍ଷରେ ବଦଳି ପାଇଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟମୁକ୍ତ ହୋଇ ଆସନ୍ତା କାଲି ୧୭.୦୫.୨୦୨୧ ନୂତନ ସ୍ଥାନରେ ଯୋଗ ଦେବାକୁ ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ନିର୍ଦେଶ ପ୍ରଦାନ କରିଛନ୍ତି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories