ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କୋଭିଡ ସଂକ୍ରମଣ ରୋକିବା ପାଇଁ ବିବାହ ଆୟୋଜନ ଉପରେ ନୂଆ କଟକଣା ଜାରି କରାଯାଇଛି। ଏଣିକି ବିବାହ ଆୟୋଜନ ପୂର୍ବରୁ ବରକନ୍ୟାଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟ କରୋନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏପରିକି ରିପୋର୍ଟ ପଜିଟିଭ୍ ଆସିଲେ ବିବାହ ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।
ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ସେହିପରି ବିବାହ ବେଳେ କୋଭିଡ ଗାଇଡ
ଲାଇନ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।



