www.samajalive.in
Thursday, December 11, 2025
14.1 C
Bhubaneswar

ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ୪ ସହଯୋଗୀ ଗିରଫ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଫସିଥିବା ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ ହୋଇଛନ୍ତି। ଆୟବହିର୍ଭୂତ ସଂପତ୍ତି ଠୁଳ ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଶୁକ୍ରବାର ଶାନ୍ତନୁ ଓ ତାଙ୍କ ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା। ଗିରଫ ୪ ସହଯୋଗୀଙ୍କ ମଧ୍ୟରେ ୩ ଜଣ ସରକାରୀ କର୍ମଚାରୀ ମୋହନ ମଣ୍ଡଳ, ଅମୀୟକାନ୍ତ ସାହୁ, ବିଶ୍ଵଜିତ ମଣ୍ଡଳ ଥିବାବେଳେ ଅଲେଖ ଚନ୍ଦ୍ର ପ୍ରଧାନ ନାମକ ଜଣେ ଜନସେବା କେନ୍ଦ୍ର ପରିଚାଳକ ସାମିଲ ଅଛନ୍ତି। ଶାନ୍ତନୁଙ୍କ ଘରୁ ନଗଦ ୨ କୋଟିରୁ ଅଧିକ ଟଙ୍କା ୪୨୨ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଥିବା କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ସମୟରେ ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା, ଜୟପୁର ଓ ଭୁବନେଶ୍ବରରେ ୪ଟି ଦାମୀ ପ୍ଲଟ୍, ଗୋଟିଏ କାର, ଦୁଇଟି ବାଇକ୍, ବୀମା, ବ୍ୟାଙ୍କ ଜମା ଆଦି ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲା ଭିଜିଲାନ୍ସ ଟିମ୍‌। ଗୁରୁବାର ତାଙ୍କୁ ଭୁବନେଶ୍ଵର ଅଣାଯାଇଥିଲା। ଏସବିଆଇର ପୁରୁଣା ଭୁବନେଶ୍ଵରସ୍ଥିତ କପିଳପ୍ରସାଦ ଶାଖାରେ ଥିବା ତାଙ୍କ ଲକର ଖୋଲି ଅଧିକ ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍‌। ଲକରରୁ ଭିଲିଲାନ୍ସକୁ ମିଳିଥିଲା ନଗଦ ୨ ଲକ୍ଷ ଟଙ୍କା ଓ ଏକାଧିକ ଜମିଜମା କାଗଜପତ୍ର। ବିଦେଶୀ ନିବେଶ ନେଇ ମଧ୍ୟ ତଦନ୍ତ ଚାଲିଛି।

- Advertisement -

ତେବେ ଶାନ୍ତନୁ ଏବଂ ତାଙ୍କ ସହଯୋଗୀ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଶ୍ରମିକ ଖାତାକୁ ଟଙ୍କା ଟ୍ରାନ୍ସଫର କରାଇ ସରକାରୀ ଅର୍ଥ ହଡ଼ପ କରିଥିବା ଜଣାପଡ଼ିଛି। ତଲାସୀ ସମୟରେ ଶାନ୍ତନୁଙ୍କ ସହଯୋଗୀ ତଥା ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ ଏବଂ କାର୍ଯ୍ୟାଳୟର ଚୁକ୍ତିଭିତ୍ତିକ କର୍ମଚାରୀ ଅମିୟକାନ୍ତ ସାହୁଙ୍କ ଘରୁ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇଥିଲା। ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଏମାନେ ପରିଚାଳିତ କରି ସରକାରୀ ଅର୍ଥ ହଡ଼ପ କରିଥିବା ଜଣାପଡ଼ିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗଞ୍ଜାମର ଜଗନ୍ନାଥ ପ୍ରସାଦରେ ଏକ ଜନ ସେବା କେନ୍ଦ୍ର ପରିଚାଳନା କରୁଥିବା ଅଲେଖ ଚନ୍ଦ୍ର ପ୍ରଧାନ ନାମକ ବ୍ୟକ୍ତି ଲାଞ୍ଚ ଆଦାୟରେ ଶାନ୍ତନୁଙ୍କ ମାଧ୍ୟମ ଭାବେ କାମ କରୁଥିଲେ। ସେ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ତରଫରୁ କଣ୍ଟ୍ରାକ୍ଟର ଏବଂ ଅନ୍ୟମାନଙ୍କଠାରୁ ଲାଞ୍ଚ ଆଦାୟ କରୁଥିଲେ ଏବଂ ପରେ ଶାନ୍ତନୁଙ୍କୁ ଟଙ୍କା ଟ୍ରାନ୍ସଫର କରୁଥିଲେ। ଯାଞ୍ଚ ସମୟରେ ଅଲେଖ ପ୍ରଧାନଙ୍କ ଦ୍ଵାରା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫରର ପ୍ରମାଣ ମିଳିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories