www.samajalive.in
Friday, December 12, 2025
17.1 C
Bhubaneswar

ପୃଥ୍ବୀ-୨ କ୍ଷେପଣାସ୍ତ୍ର ରାତ୍ରି ପରୀକ୍ଷା; ଗୋଟିଏ ଲକ୍ଷ୍ୟଭେଦ, ଅନ୍ୟଟି ଲକ୍ଷ୍ୟଭ୍ରଷ୍ଟ

ବାଲେଶ୍ୱର : ଚାନ୍ଦିପୁର ପ୍ରତିରକ୍ଷା ବିଭାଗ କ୍ଷେପଣାସ୍ତ୍ର ପରୀକ୍ଷା ଘାଟି, ଆଇଟିଆର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ବୁଧବାର ସନ୍ଧ୍ୟାରେ ପୃଥ୍ୱୀ କ୍ଷେପଣାସ୍ତ୍ରର ରାତ୍ରୀକାଳୀନ ପରୀକ୍ଷା ହୋଇଥିଲା। ଦୁଇଥର ଏହି ପରୀକ୍ଷା ହୋଇଥିଲା। ହେଲେ ଗୋଟିଏ କ୍ଷେପଣାସ୍ତ୍ର ସଫଳତାର ସହିତ ଲକ୍ଷ୍ୟଭେଦ କରିଥିଲା ବେଳେ ଅନ୍ୟଟି ଲକ୍ଷ୍ୟଭ୍ରଷ୍ଟ ହୋଇ କସବା ପାହି ଗାଁରେ ପଡ଼ିଥିଲା। କ୍ଷେପଣାସ୍ତ୍ରର ମଝି ଅଂଶଟି ଚାଷ ବିଲରେ ପଡ଼ିଥିଲା ବେଳେ କ୍ଷେପଣାସ୍ତ୍ରର ଅଗ୍ରଭାଗଟି ଗାଁରେ ରାଜେନ୍ଦ୍ର ପାତ୍ରଙ୍କ ଘରେ ପଡ଼ିଥିଲା। ରାତି ପ୍ରାୟ ୭.୩୦ ମିନିଟ ସମୟରେ ଏଭଳି ହୋଇଥିଲା। ଏନେଇ ସୂଚନା ଦେଇ ଜୟଦେବ କସବା ସରପଞ୍ଚ ପ୍ରଶାନ୍ତ କୁମାର ନାୟକ କହିଛନ୍ତି ଯେ ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ ଗାଁରେ ଦୁଇଟି ସ୍ଥାନରେ ବିରାଟ ଶବ୍ଦ ସହ ବିସ୍ଫୋରଣ ସୃଷ୍ଟି ହୋଇଥିଲା। ଭୟରେ ଗାଁ ଲୋକେ ବିସ୍ଫୋରଣ ସ୍ଥଳରେ ପହଞ୍ଚିଥିଲା ବେଳେ ପ୍ରତିରକ୍ଷା ବିଭାଗର ଗୋଳା ଭଳି କିଛି ଯୁଦ୍ଧାସ୍ତ୍ର ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ହେଲେ ଗୋଳା ଭିତରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତି ଲାଗିଥିବାରୁ ଏହା ଗୋଳା ନହୋଇ କୌଣସି କ୍ଷେପଣାସ୍ତ୍ରର ଭଗ୍ନାବଶେଷ ଭଳି ଜଣାପଡୁଥିଲା। ଅଧା କିଲୋମିଟର ଦୂର ବିଲରେ ୧୦ଫୁଟ ଲମ୍ବର ଏକ ଭଗ୍ନାଂଶ ପଡ଼ିଥିଲା ବେଳେ ଗାଁରେ ଅନ୍ୟ ଭଗ୍ନାଂଶ ପଡ଼ିଛି। ଏନେଇ ଆମେ ଜିଲାପାଳଙ୍କୁ ଅବଗତ କରାଇଛୁ। ପ୍ରଶାସନ ଗାଁରେ ପହଞ୍ଚିଥିଲା ବେଳେ ଦମକଳ ବାହିନୀ ଆସି ଗାଁରେ ମଧ୍ୟ ପହଞ୍ଚିଛନ୍ତି। ଲୋକେ ଭୟରେ ଏହି କ୍ଷେପଣାସ୍ତ୍ର ନିକଟକୁ ଯାଉ ନାହାନ୍ତି। ବିଲରେ ପଡ଼ିଥିବା ଅଂଶ ଦେଖିବାକୁ ଲୋକେ ଯାଇଥିଲେ ବି ନିକଟକୁ ଯାଉ ନାହାନ୍ତି। ସେହିପରି ଗାଁରେ ପଡ଼ିଥିବା ଅଂଶ ଭିତରେ ବିଭିନ୍ନ ଯନ୍ତ୍ରାଂଶ ରହିଛି। ଫଳରେ ଏହା କ୍ଷେପଣାସ୍ତ୍ର ବୋଲି ଆମେ ଅନୁମାନ କରୁଛୁ। ତେବେ ପ୍ରତିରକ୍ଷା ବିଭାଗ ପକ୍ଷରୁ କେହି ଏଯାଏ ଆସି ନାହାନ୍ତି। ଏ ସମ୍ପର୍କରେ ପ୍ରତିରକ୍ଷା ବିଭାଗର କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରାଯାଇଥିଲେ ବି କେହି ଫୋନ ଉଠାଇ ନଥିଲେ। ଅନ୍ୟ ପକ୍ଷରେ ଜଣେ କର୍ମଚାରୀ ନାମ ଗୋପନ ରଖିବା ସର୍ତ୍ତରେ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଦୁଇଟି କ୍ଷେପଣାସ୍ତ୍ରରୁ ଗୋଟିଏ ଲକ୍ଷ୍ୟଭ୍ରଷ୍ଟ ହୋଇ ଗାଁରେ ପଡ଼ିଛି ବୋଲି କହିଛନ୍ତି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories