www.samajalive.in
Monday, December 8, 2025
27.1 C
Bhubaneswar

ବ୍ରିଟେନ ମହାରାଣୀ ଦ୍ୱିତୀୟ ଏଲିଜାବେଥ୍‍ଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ପରଲୋକ

ଲଣ୍ଡନ : ବ୍ରିଟେନର ମହାରାଣୀ ଦ୍ୱିତୀୟ ଏଲିଜାବେଥ୍‍ଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବ୍ରିଟେନ ରାଜ ପରିବାର ପକ୍ଷରୁ ଏନେଇ ପ୍ରେସ୍‌ ବିବୃତ୍ତି  ପ୍ରକାଶ ପାଇଛି। ପ୍ରିନ୍ସ ଫିଲିପ୍‌ ହୃଦ୍‌ରୋଗ ଓ ସଂକ୍ରମଣରେ ପୀଡ଼ିତ ଥିଲେ।  ମହାରାଣୀ ଏଲିଜାବେଥ୍‍ ବ୍ରିଟେନ୍‍ ରାଜସିଂହାସନ ଅଳଂକୃତ କରିବାର ୫ ବର୍ଷ ପୂର୍ବରୁ ୧୯୪୭ ମସିହାରେ ପ୍ରିନ୍ସ ଫିଲିପ୍‍ ରାଜକୁମାରୀ ଏଲିଜାବେଥ୍‍ଙ୍କୁ ବିବାହ କରିଥିଲେ। ୨୦୧୭ ମସିହାରେ ଫିଲିପ୍‍ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାରୁ ଅବସର ନେଇଥିଲେ। ଦୀର୍ଘ ୬୫ ବର୍ଷ ଧରି ସେ ମହାରାଣୀଙ୍କୁ ସହଯୋଗ କରିଆସୁଥିଲେ। ସକ୍ରିୟ ଥିବା ସମୟରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ପରିବେଶ ସଂକ୍ରାନ୍ତୀୟ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ।

ପ୍ରିନ୍ସ ଫିଲିପଙ୍କ ପରଲୋକରେ ସାରା ବିଶ୍ବ ନେତୃବୃନ୍ଦଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି। ଡ୍ୟୁକ୍‍ ଅଫ୍‍ ଏଡ଼ିନ୍‍ବର୍ଗରେ, ପ୍ରିନ୍ସ ଫିଲିପ୍‍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ଜନସାଧାରଣ ଏବଂ ରାଜ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏକ ଟ୍ୱିଟ୍‍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, ପ୍ରିନ୍ସ ଫିଲିପ୍‍ ସେନାରେ କାର୍ଯ୍ୟ କରିବା ସହ ଅଧିକାଂଶ ଜନସେବା ମୂଳକ କାର୍ଯ୍ୟରେ ଆଗୁଆ ଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories