ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ପୂର୍ବାହ୍ନ ୧୧ଟା ୪୫ରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ ରାଜପଥ ଏବଂ ବୃହତ ଜିଲ୍ଲା ସଡ଼କ କାର୍ଯ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହାପରେ ଅପରାହ୍ଣ ୪.୫୦ ମିନିଟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହଳଦିଆ ଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ବାରା ନିର୍ମାଣ କରାଯାଇଥିବା ଏଲପିଜି ରପ୍ତାନି ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ୧୧୦୦ କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲର ବାର୍ଷିକ କ୍ଷମତା ହେଉଛି ଏକ ମିଲିୟନ ମେଟ୍ରିକ୍ ଟନ୍। ଏହା ପଶ୍ଚିମବଙ୍ଗ ତଥା ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଥିବା ଅନ୍ୟ ରାଜ୍ୟରେ ବୃଦ୍ଧି ପାଉଥିବା ଏଲପିଜି ଚାହିଦା ମେଣ୍ଟାଇବାରେ ସହାୟକ ହୋଇପାରିବ। ଏହା ମଧ୍ୟ ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ବାସ୍ତବ ରୂପ ଦେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ।
Tomorrow evening, I would be in Haldia, West Bengal. At a programme there, will dedicate to the nation the the LPG import terminal built by BPCL. Will also dedicate to the nation Dobhi–Durgapur Natural Gas Pipeline section of the Pradhan Mantri Urja Ganga project. pic.twitter.com/LepDe6dQEC
— Narendra Modi (@narendramodi) February 6, 2021
ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପର ଏକ ଅଂଶ ଭାବେ ୩୪୮ କିମି ଲମ୍ବ ଧୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ‘ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡ ଲକ୍ଷ୍ୟ ହାସଲ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ମୋଟ ୨୪୦୦ କୋଟି ଟଙ୍କାର ନିବେଶ ସହିତ ନିର୍ମାଣ ହୋଇଥିବା ଏହି ପାଇପଲାଇନ ଫଳରେ ଏଚୟୁଆରଏଲ ସିନ୍ଦ୍ରି (ଝାଡ଼ଖଣ୍ଡ) ସାର କାରଖାନାର ପୁନରୁଦ୍ଧାର ସମେତ ଦୁର୍ଗାପୁର (ପଶ୍ଚିମବଙ୍ଗ) ସ୍ଥିତ ମାଟ୍ରିକ୍ସ ସାର କାରଖାନାକୁ ଗ୍ୟାସ ଯୋଗାଇ ଦିଆଯାଇପାରିବ। ଏହାବ୍ୟତୀତ ରାଜ୍ୟର ସମସ୍ତ ଶିଳ୍ପ, ବାଣିଜ୍ୟ, ଅଟୋମେବାଇଲ କ୍ଷେତ୍ର ଏବଂ ବଡ଼ ସହରଗୁଡ଼ିକୁ ସହରାଞ୍ଚଳ ଗ୍ୟାସ ବିତରଣ ପାଇଁ ଆବଶ୍ୟକ ଗ୍ୟାସ ଚାହିଦାକୁ ପୂରଣ କରାଯାଇପାରିବ।
ପ୍ରଧାନମନ୍ତ୍ରୀ ମଧ୍ୟ ଇଣ୍ଡିଆନ ଅଏଲ କର୍ପୋରେସନର ହଳଦିଆ ତୈଳ ବିଶୋଧନାଗାରର ଦ୍ବିତୀୟ କାଟାଲିଟିକ-ଆଇସୋଡଓ୍ବାକ୍ସିଂ ୟୁନିଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବାର୍ଷିକ ୨୭୦ ହଜାର ମେଟ୍ରିକ ଟନ୍ କ୍ଷମତାବିଶିଷ୍ଟ ଏହି ୟୁନିଟ୍ କାର୍ୟ୍ୟକ୍ଷମ ହୋଇପାରିଲେ ଏହା ପାଖାପାଖି ୧୮୫ ନିୟୁତ ଆମେରିକୀୟ ଡଲାର ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସହାୟକ ହୋଇପାରିବ।
ପ୍ରଧାନମନ୍ତ୍ରୀ ହଳଦିଆର ରାଣୀଛକ ଠାରେ ୪୧ ନମ୍ବର ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ ଆରଓବି ତଥା ଫ୍ଲାଏଓଭରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାକୁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ଏହି ଫ୍ଲାଏଓଭର କାର୍ୟ୍ୟକ୍ଷମ ହେବା ଫଳରେ କୋଲାଘାଟରୁ ହଳଦିଆ ଡକ୍ କମ୍ପ୍ଲେକ୍ସ ଏବଂ ଆଖାପାଖ ଅଞ୍ଚଳରେ ବାଧାମୁକ୍ତ ଯାନବାହାନ ଗମନାଗମନ ସୁଗମ ହୋଇପାରିବ। ଏହାମଧ୍ୟ ଯାତ୍ରା ସମୟ ଏବଂ ବନ୍ଦର ବାହାରେ ଓ ଭିତରେ ଚଳାଚଳ କରୁଥିବା ଗାଡ଼ି ଗୁଡ଼ିକର ପରିଚାଳନା ଖର୍ଚ୍ଚ ହ୍ରାସ କରିବ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ ସମୟରେ ‘ଆସୋମ ମାଲା’ ଯୋଜନାର ଶୁଭାରମ୍ଭ କରିବେ। ନିରନ୍ତର ଭାବେ କ୍ଷେତ୍ରୀୟ ତଥ୍ୟ ସଂଗ୍ରହ ଜରିଆରେ ପ୍ରଭାବୀ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିବା ସହିତ ଏହାକୁ ସଡ଼କ ସମ୍ପତ୍ତି ପରିଚାଳନା ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବାରୁ ଏହି କାର୍ୟ୍ୟକ୍ରମ ଅତ୍ୟନ୍ତ ଅଭିନବ ହୋଇପାରିଛି। ‘ଆସୋମ ମାଲା’ ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଲାଗି ଗୁଣବତ୍ତାପୂର୍ଣ୍ଣ ଆନ୍ତଃସଂଯୋଗ ବ୍ୟବସ୍ଥା ଯୋଗାଇ ଦେବ। ଏହା ମଧ୍ୟ ବାଧାମୁକ୍ତ ବହୁମୁଖୀ ପରିବହନ ବ୍ୟବସ୍ଥା ଯୋଗାଇ ଦେବାରେ ସହାୟକ ହେବ। ଏହା ମଧ୍ୟ ଆର୍ଥିକ ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକୁ ପରିବହନ କରିଡର ସହିତ ଯୋଡ଼ିବାରେ ଏକ ଆନ୍ତଃସଂଯୋଗ ବ୍ୟବସ୍ଥା ପ୍ରତିଷ୍ଠା କରିବ ଏବଂ ଆନ୍ତଃରାଜ୍ୟ ସଡ଼କ ଯୋଗାଯୋଗରେ ସୁଧାର ଆଣିବ।
Glad to see immense enthusiasm in Assam. Happy to be getting yet another opportunity to be in the state tomorrow. We will continue working for Assam’s all-round development. pic.twitter.com/b1Ve5iOGwf
— Narendra Modi (@narendramodi) February 6, 2021
ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇଟି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଦୁଇଟି ପ୍ରକଳ୍ପ ୧୧୦୦ କୋଟି ଟଙ୍କା ବିନିୟମରେ ବିଶ୍ବନାଥ ଏବଂ ଚାରାଇଦେଓ ଠାରେ ପ୍ରତିଷ୍ଠା କରାଯିବ। ୫୦୦ ଶଯ୍ୟା ବିଶିଷ୍ଟ ପ୍ରତ୍ୟେକ ହସ୍ପିଟାଲରେ ୧୦୦ ଏମବିବିଏସ ସିଟ୍ ରହିବ। ମେଡ଼ିକାଲ କଲେଜ ଓ ହସ୍ପିଟାଲଗୁଡ଼ିକର ସଂଖ୍ୟା ବୃଦ୍ଧି ଫଳରେ ରାଜ୍ୟରେ କେବଳ ଡାକ୍ତରମାନଙ୍କ ଅଭାବ ଦୂର କରାଯାଇପାରିବ ନାହିଁ ବରଂ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳରେ ଆସାମକୁ ଗମ୍ଭୀର ରୋଗ ଚିକିତ୍ସା ଏବଂ ଡାକ୍ତରୀ ଶିକ୍ଷାର କେନ୍ଦ୍ରରେ ପରିଣତ କରିପାରିବ।
Comments are closed.