www.samajalive.in
Tuesday, December 9, 2025
16.1 C
Bhubaneswar

ଝାରସୁଗୁଡା ଆସୁଛନ୍ତି ପ୍ରଧାନମନ୍ତ୍ରୀ; ଯୁବ ସମାବେଶକୁ ସମ୍ବୋଧନ କରିବେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲି ସଭାସ୍ଥଳ ପ୍ରସ୍ତୁତ। ବିଜେପି ଶିବିର ଅପେକ୍ଷାରତ। ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତ। ଶନିବାର ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବାହ୍ଣ ୧୧ଟାରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ପାଖାପାଖି ୪ କିଲୋମିଟର ରୋଡ୍‌ ଶୋ’ କରି ଅମଲିପାଲି ସମାବେଶ ସ୍ଥଳରେ ପହଞ୍ଚିବେ। ରୋଡ୍‌ ଶୋ’ରେ ୨୫ଟି ସମ୍ବଲପୁରୀ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ। ପ୍ରଧାନମନ୍ତ୍ରୀ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟାର ଏହି କାର୍ଯ୍ୟକ୍ରମରେ ଯୁବ ସମାବେଶକୁ ସମ୍ବୋଧନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ୧୭୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବିଭିନ୍ନ ଉନ୍ନୟନମୂଳକ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଗୁରୁବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ାରେ ଅଛନ୍ତି। ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବା କାର୍ଯ୍ୟକ୍ରମ ଅଛି। ଝାରସୁଗୁଡ଼ାରେ ରହି ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରୁୁଛନ୍ତି। ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେଠାରୁ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଝାରସୁଗୁଡ଼ା ସହର ସଜେଇ ହୋଇଛି। ପ୍ରାୟ ୭୦ହଜାର ଜନସମାବେଶ ହେବାର ଆକଳନ କରାଯାଇଥିବାରୁ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ଓ ସୁରକ୍ଷା​ ବାହିନୀ ତଥା ପ୍ରଶାସନିକ ଅଧିକାରୀମାନେ ରୀତିମତ୍‌ ଅଭ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ସୁରକ୍ଷା ଦାୟିତ୍ବକୁ ଏସଓଜିକୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ଦୁଇ ଥର କାରକେଡ୍‌ ଅଭ୍ୟାସ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୫ଜଣ ପୁଲିସ ଅଧୀକ୍ଷକ ଓ ୫୦ରୁ ଅଧିକ ଇନ୍ସପେକ୍ଟରଙ୍କ ସହ ୨୦୦ରୁ ଅଧିକ କେନ୍ଦ୍ରୀୟ ତଥା ରାଜ୍ୟ ସୁରକ୍ଷା କର୍ମୀ ନିୟୋଜିତ ଥିବା ଜଣାପଡ଼ିଛି। ଝାରସୁଗୁଡ଼ା ପାଇଁ ସ୍ବତନ୍ତ୍ର ଟ୍ରାଫିକ କଟକଣା ସହ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories