www.samajalive.in
Monday, December 8, 2025
27.1 C
Bhubaneswar

ଛାତ୍ରଛାତ୍ରୀଙ୍କ ସହ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ବିଷୟରେ ପଚାରିଥିଲେ। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ମୁର୍ମୁ ମେଟ୍ରୋରେ ଯାତ୍ରା କରିଛନ୍ତି। ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବାରେ ସେ ହେଉଛନ୍ତି ଭାରତର ଦ୍ୱିତୀୟ ରାଷ୍ଟ୍ରପତି। ୨୦୧୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ମେଟ୍ରୋରେ ଯାତ୍ରା କରିଥିଲେ।

- Advertisement -

ଏହି ଅବସରରେ ରାଷ୍ଟ୍ରପତି ମୁର୍ମୁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନ (ଗେଟ୍ ନମ୍ବର ୪) ଏବଂ ଅମୃତ ଉଦ୍ୟାନ (ଗେଟ୍ ନଂ ୩୫) ମଧ୍ୟରେ ସକାଳ ସାଢ଼େ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରତି ୩୦ ମିନିଟରେ ଅମୃତ ଉଦ୍ୟାନକୁ ଆସୁଥିବା ଏକ ଶଟଲ ବସ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

​ସେ କାଶ୍ମୀର ଗେଟ୍ – ରାଜା ନାହର ସିଂହ ଭାୟୋଲେଟ୍ ଲାଇନ୍ କରିଡରରେ ଥିବା କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରେ ମେଟ୍ରୋ ଟ୍ରେନରେ ଚଢ଼ି ନେହେରୁ ପ୍ଲେସ୍ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଏବଂ ପରେ କେନ୍ଦ୍ରୀୟ ସଚିବାଳୟକୁ ଫେରି ଆସିଥିଲେ। ଦିଲ୍ଲୀ ମେଟ୍ରୋ ରେଳ ନିଗମର ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ରାଷ୍ଟ୍ରପତିଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀ କୁମାର ରାଷ୍ଟ୍ରପତିଙ୍କୁ ଡିଏମଆରସି କାର୍ଯ୍ୟର ବିଭିନ୍ନ ଦିଗ ବିଷୟରେ ଜଣାଇବା ସହ ଚାଲିଥିବା ନିର୍ମାଣ ପ୍ରକଳ୍ପ ବିଷୟରେ ମଧ୍ୟ ଅବଗତ କରାଇଥିଲେ।

ବଦଳିବ ଟୋଲ୍ ଫି’ ନିୟମ

ରାଷ୍ଟ୍ରପତି ଏନସିଏମସି (ନ୍ୟାସନାଲ କମନ୍ ମୋବିଲିଟି କାର୍ଡ) କାର୍ଡ ବ୍ୟବହାର କରି ମେଟ୍ରୋରେ ଯାତ୍ରା କରିଥିଲେ। ପରିଦର୍ଶକ ପୁସ୍ତିକାରେ ଦେଇଥିବା ମନ୍ତବ୍ୟରେ ରାଷ୍ଟ୍ରପତି ଦିଲ୍ଲୀ ମେଟ୍ରୋକୁ ପ୍ରଶଂସା କରିବା ସହ ଯାତ୍ରାକୁ ଆନନ୍ଦଦାୟକ ମନେ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଦିଲ୍ଲୀ ମେଟ୍ରୋକୁ ଆଜି ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଏବଂ ଦକ୍ଷ ଗଣ ପରିବହନ ବ୍ୟବସ୍ଥା ଭାବେ ବିବେଚନା କରାଯାଏ ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡରେ ଦିଲ୍ଲୀ ମେଟ୍ରୋର ପ୍ରଦର୍ଶନ ବିଶ୍ୱସ୍ତରୀୟ ଏବଂ ଦେଶକୁ ଗର୍ବିତ କରିଛି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories