www.samajalive.in
Monday, December 8, 2025
20.1 C
Bhubaneswar

କଂଗ୍ରେସର ଚିନ୍ତାଧାରା ପୁରୁଣା ହୋଇଗଲାଣି – ରାଜ୍ୟସଭାରେ କହିଲେ ମୋଦୀ

ଡେସ୍କ: ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ତାଙ୍କ ସରକାର ସାହସିକ ଏବଂ ବଡ଼ ନୀତିଗତ ନିଷ୍ପତ୍ତି ନେଇଛନ୍ତି ଯାହା ଫଳରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥ ବ୍ୟବସ୍ଥା ହୋଇପାରିଛି।

ଛାତ୍ରଛାତ୍ରୀଙ୍କ ସହ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି

- Advertisement -

କଂଗ୍ରେସକୁ ଟାର୍ଗେଟ କରି ଶ୍ରୀ ମୋଦୀ କହିଛନ୍ତି, କଂଗ୍ରେସର ଚିନ୍ତାଧାରା ପୁରୁଣା ହୋଇଗଲାଣି। ସେ କହିଛନ୍ତି ଯେ କଂଗ୍ରେସ ପାଖରେ ନିଜ ନେତା ଓ ନୀତିର ଗ୍ୟାରେଣ୍ଟି ନାହିଁ ବରଂ ମୋଦି ସରକାରଙ୍କ ଗ୍ୟାରେଣ୍ଟି ଉପରେ ପ୍ରଶ୍ନ ଉଠୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ୪୦ ଆସନ ଅତିକ୍ରମ କରିବ ନାହିଁ ବୋଲି ଦେଇଥିବା ମନ୍ତବ୍ୟକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ କହିଛନ୍ତି ଯେ ସେ ପ୍ରାର୍ଥନା କରୁଛନ୍ତି କଂଗ୍ରେସ ୪୦ଟି ଆସନ ପାଇବାରେ ସକ୍ଷମ ହେଉ। ଅତୀତରେ କଂଗ୍ରେସ ଦଳ କ୍ଷମତା ପାଇଁ ଗଣତନ୍ତ୍ରକୁ ଦମନ କରିଥିଲା ଏବଂ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରମାନଙ୍କୁ ବହିଷ୍କାର କରିଥିଲା, କିନ୍ତୁ ବର୍ତ୍ତମାନ ସେମାନେ ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ଥା ବିଷୟରେ ପ୍ରଚାର କରୁଛନ୍ତି। କଂଗ୍ରେସ ପରିବାରବାଦକୁ ପ୍ରୋତ୍ସାହନ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ୟୁପିଏ ଶାସନ ସମୟରେ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଶାସନ କାଳରେ ଭାରତୀୟ ଅର୍ଥନୀତି ଏକ ଗମ୍ଭୀର ଶ୍ରେଣୀରେ ଥିଲା ଏବଂ ନୀତିଗତ ଦୁର୍ବଳତା ସେହି ସରକାରଙ୍କ ଚରିତ୍ର ଥିଲା। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଔପନିବେଶିକ ମାନସିକତା ଦ୍ୱାରା ପ୍ରଭାବିତ ହୋଇଛି ଏବଂ ମୋଦୀ ସରକାର ଉପନିବେଶବାଦୀ ଶାସନର ଚିହ୍ନ ଏବଂପ୍ରତୀକ ଗୁଡ଼ିକୁ ହଟାଇ ଦେଇଛନ୍ତି। କଂଗ୍ରେସ ୭ ଦଶନ୍ଧି ଧରି ଜମ୍ମୁ-କଶ୍ମୀରର ଏସସି, ଏସଟି ଏବଂ ଓବିସିମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଥିଲା ବୋଲି ଶ୍ରୀ ମୋଦୀ ଅଭିଯୋଗ କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories