www.samajalive.in
Monday, December 8, 2025
20.1 C
Bhubaneswar

ବେଦାନ୍ତ ଦ୍ୱାରା ବିଭିନ୍ନ ଗ୍ରାମରେ ନୂତନ ପୋଷାକ ଓ କ୍ରୀଡା ଉପକରଣ ବଣ୍ଟନ

ଲାଞ୍ଜିଗଡ଼ : ଲାଞ୍ଜିଗଡ ବେଦାନ୍ତ ଲିମିଟେଡ ନିକଟରେ ଲାଞ୍ଜିଗଡ଼ରେ ସ୍ଥାନୀୟ ସମ୍ପ୍ରଦାୟ ସହିତ ଦାନ କରିବାର ଆନନ୍ଦକୁ ପାଳନ କରି ବିଭିନ୍ନ ଗ୍ରାମରେ ନୂତନ ପୋଷାକ, କମ୍ବଳ, ପୁଷ୍ଟିକର ଖାଦ୍ୟ, କ୍ରୀଡା ଉପକରଣ ସହିତ ପିଲାମାନଙ୍କ ପାଇଁ ଚକୋଲେଟ ଏବଂ ଫଳ ବଣ୍ଟନ କରିଛି । ବେଦାନ୍ତ ଲାଞ୍ଜିଗଡର ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ସହକର୍ମୀମାନେ ୫ଟି ଗ୍ରାମକୁ ଯାତ୍ରା କରି ୫ ଶହରୁ ଅଧିକ ସମ୍ପ୍ରଦାୟର ସଦସ୍ୟଙ୍କ ନିକଟରେ ପହଞ୍ଚିଥିଲେ। ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ନୃତ୍ୟ, ସଙ୍ଗୀତ ଏବଂ ସ୍ଥାନୀୟ ସଂସ୍କୃତିରେ ଯୋଡି ହୋଇ ଏହି ଦିନଟିକୁ ପାଳନ କରିଥିଲେ।

ଏହି ଅବସରରେ ବେଦାନ୍ତ ଲିମିଟେଡର ଆଲୁମିନା ବ୍ୟବସାୟ ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି କି ଯେତେବେଳେ ଆମେ ବିଭିନ୍ନ ସଂସ୍କୃତିକୁ ଗ୍ରହଣ କରୁ ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ସ୍ମରଣୀୟ ହୋଇଯାଏ । ବେଦାନ୍ତ ଲାଞ୍ଜିଗଡ଼ରେ ଆମର ନିରନ୍ତର ପ୍ରୟାସ ହେଉଛି ସମ୍ପ୍ରଦାୟ ସହିତ ଘନିଷ୍ଠ ସମ୍ପର୍କ ସୃଷ୍ଟି ତଥା ଅର୍ଥପୂର୍ଣ୍ଣ ସଂଯୋଗ ସ୍ଥାପନ କରିବା । ମୁଁ ଦୃଢଭାବରେ ବିଶ୍ୱାସକରେ ଯେ ବ୍ୟବସାୟ ଏବଂ ନେତୃତ୍ୱ ଉତ୍କର୍ଷର ପ୍ରକୃତ ମାପ ସମ୍ପ୍ରଦାୟ ସହିତ ତୃଣମୂଳ ସ୍ତରରେ ପ୍ରତିଷ୍ଠିତ ସମ୍ପର୍କକୁ ଦୃଢ କରିବା ।

- Advertisement -

ଏହି ପଦକ୍ଷେପକୁ ପ୍ରଶଂସା କରି ଆନଜୋଡି ଗ୍ରାମର ସରପଞ୍ଚ ଶ୍ରୀମତୀ ଚଞ୍ଚଳା ମାଝୀ ପ୍ରକାଶ କରିଛନ୍ତି କି “ଯେତେବେଳେ ସମାଜ କଲ୍ୟାଣ କଥା ଉଠେ ସେତେବେଳେ ବେଦାନ୍ତ ଲାଞ୍ଜିଗଡ ସର୍ବଦା ଆଗରେ ରହିଆସିଛି । ଏହିପରି ବରିଷ୍ଠ କାଯ୍ୟକର୍ତ୍ତା ମାନେ ଆମକୁ ଭେଟିବା, ଆମ ସହିତ ଖାଇବା ଏବଂ ପିଲାମାନଙ୍କ ସହିତ ଜଡିତ ହେବା ଏକ ଉଲ୍ଲେଖନୀୟ ମୁହୂର୍ତ୍ତ ଥିଲା । ଆମ ତଥା ଅନ୍ୟ ସମସ୍ତ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ପ୍ରତି ସର୍ବଦା ସେମାନଙ୍କର ଉଚ୍ଚ ସମ୍ମାନ ପ୍ରଦାନ କରିଥିବାରୁ ମୁଁ ବେଦାନ୍ତ ଲାଞ୍ଜିଗଡକୁ ଧନ୍ୟବାଦ ଜଣାଉଛି ।’’

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories