www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଫାଇଦା ସହିତ ପ୍ରିମିୟମ ସଞ୍ଚୟ ଆକାଉଣ୍ଟ

ମୁମ୍ବଇ: ଗ୍ରାହକଙ୍କ ସଂପତ୍ତିରେ ବୃଦ୍ଧି ଘଟାଇବା ସହିତ କୋଭିଡ-୧୯ ମହାମାରୀ ପରିସ୍ଥିତିରେ ସେମାନଙ୍କର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଯେଭଳି ଯତ୍ନ ନିଆଯାଇପାରିବ, ତାହା ସୁନିଶ୍ଚିତ କରିବାକୁ ସୂର୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏକ ପ୍ରିମିୟମ ସଞ୍ଚୟ ଆକାଉଣ୍ଟ ଉତ୍ପାଦ ‘ସୂର୍ୟୋଦୟ ହେଲ୍‍ଥ ଆଣ୍ଡ ୱେଲନେସ ସେଭିଙ୍ଗସ ଆକାଉଣ୍ଟ’ ଶୁଭାରମ୍ଭ କରିଛି। ଆକର୍ଷଣୀୟ ସୁଧ ହାର ପ୍ରଦାନ ସହିତ ଏହି ନୂଆ ସଞ୍ଚୟ ଆକାଉଣ୍ଟ ମଧ୍ୟ ଚାରିଜଣିଆ ପରିବାର (ନିଜେ, ପତି / ପତ୍ନୀ, ଦୁଇଟି ପିଲା) ପାଇଁ ତିନିଟି ଫାଇଦା ଯୋଗାଇ ଦେଉଛି; ତାହା ହେଉଛି ୨୫ ଲକ୍ଷ ଟଙ୍କାର ଟପ୍‍ ଅପ ସ୍ୱାସ୍ଥ୍ୟ ବୀମା, ବାର୍ଷିକ ସ୍ୱାସ୍ଥ୍ୟସେବା ପ୍ୟାକେଜ ଏବଂ ଜରୁରୀ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ ଯତ୍ନ ସେବା। ଟପ୍‍-ଅପ ସ୍ୱାସ୍ଥ୍ୟ ବୀମା ଏବଂ ସ୍ୱାସ୍ଥ୍ୟସେବା ପ୍ୟାକେଜ ଆକାଉଣ୍ଟ ଖୋଲିବା ପରେ ଗୋଟିଏ ବର୍ଷ ପାଇଁ ମାଗଣା। ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଦେଶର ୧୦୨ଟି ସ୍ଥାନରେ ୨୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ମାଗଣା ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ଭାରତର ଅଧିବାସୀ ୧୮ରୁ ୬୫ ବର୍ଷ ବୟସର ଜଣେ ବ୍ୟକ୍ତି ଏକାକି ଅଥବା ଯୁଗ୍ମ ଭାବରେ ଏହି ଆକାଉଣ୍ଟ ଖୋଲିପାରିବେ। ଆକାଉଣ୍ଟ ଖୋଲିବା ପାଇଁ ରହିଥିବା ସର୍ତ୍ତାବଳୀ ମଧ୍ୟରେ ମାସିକ ହାରାହାରି ୩ ଲକ୍ଷ ଟଙ୍କା ଆକାଉଣ୍ଟରେ ଜମା ରହିବା ଏବଂ ମୁଖ୍ୟ ସ୍ୱାସ୍ଥ୍ୟଗତ ଘୋଷଣାନାମା ଫର୍ମ ମୁତାବକ ଯୋଗ୍ୟ ବିବେଚିତ ହେବା ଆବଶ୍ୟକ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories