www.samajalive.in
Friday, December 5, 2025
26.1 C
Bhubaneswar

ଶହୀଦଙ୍କ ସ୍ମୃତିରେ ବିଦ୍ୟାଳୟରେ ନିରବ ପ୍ରାର୍ଥନା: ଉପବାସରେ ରହିଲେ ୧୮ଶହ ଯବାନ

ଭୁବନେଶ୍ୱର: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦୁଇମିନିଟ୍‍ ନିରବ ପ୍ରାର୍ଥନା କରାଯାଇଛି। ରାୟଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ୍‍ ଶୋଭାଯାତ୍ରା ଆୟୋଜିତ ହୋଇଛି। ମୟୂରଭଞ୍ଜ ଉଦଳାରେ ମଧ୍ୟ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ପ୍ରାର୍ଥନା ସଭାରେ ସହିଦଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଛି । ରାୟଗଡ଼ ସଦର ମହକୁମାରେ ଥିବା ସିଆର୍‍ପିଏଫ୍‍ର ଚତୁର୍ଥ ବାଟାଲିୟନ୍‍ କ୍ୟାମ୍ପ୍‍ରୁ ଚାରିମାସ ତଳେ ରାୟଗଡ଼ାରୁ ବଦଳି ହୋଇ କାଶ୍ମୀର ଯାଇଥିବା ନିଜ ସାଥୀଙ୍କୁ ମନେପକାଇ ଗୋଟିଏ ଦିନ ଉପବାସରେ କଟାଇଥିଲେ ୧୮ଶହ ଯବାନ। ସେହିପରି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ସ୍ମୃତିରେ ଶୋଭାଯାତ୍ରା ଓ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଜେପି, ବିଜୁ ଯୁବ ବାହିନୀ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories