www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳ ୧୧ଟାରେ ଅଟକିବ ଓଡ଼ିଶା

ଭୁବନେଶ୍ୱର : ଆସନ୍ତା ୩୦ ତାରିଖ ଦିନ ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସକାଳ ୧୧ଟା ସମୟରେ ଅଟକି ଯିବେ। ଦେଶ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାନ୍ ସଂଗ୍ରାମୀଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବେ। ସହିଦ ଦିବସ ପାଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓଡ଼ିଶା ସମତେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନ​‌େ​‌ର୍ଦଶ ଜାରି କରିଛନ୍ତି। ମୁଖ୍ୟ ସଚିବଙ୍କ ନିକଟକୁ ଆସିଥିବା ପତ୍ରରେ କୁହାଯାଇଛି ଯେ ସହିଦ ଦିବସ ପାଳନ ଉପଲକ୍ଷେ ଓଡ଼ିଶା ସମେତ ସମଗ୍ର ଦେଶରେ ବୁଧବାର ସକାଳ ୧୧ଟାରୁ ୨ ମିନିଟ୍ ପର୍ଯ୍ୟନ୍ତ ନିରବ ପ୍ରାର୍ଥନା ଓ ସମ୍ମାନ ପ୍ରଦର୍ଶନ କରାଯିବ। ଯେଉଁ ସ୍ଥାନରେ ସାଇରନ୍ ବ୍ୟବସ୍ଥା ଥିବ ସେଠାରେ ଗୋଟିଏ ମିନିଟ୍ ପୂର୍ବରୁ ଅର୍ଥାତ୍ ସକାଳ ୧୦.୫୯ରୁ ୧୧ଟା ପର୍ଯ୍ୟନ୍ତ ତାହା ବାଜିବ। ଏହା ପରେ ୧୧.୦୨ରୁ ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ପୁଣି ଥରେ ସାଇରନ୍ ବାଜିବ। ସବୁ କାମ ଛାଡ଼ି ଦୁଇ ମିନିଟ୍ ନିରବ ପ୍ରାର୍ଥନା ପାଇଁ ଏହି ସାଇରନ୍ ସୂଚନା ଦେବ। ସେହିପରି ସେନା ପକ୍ଷରୁ ଏହି ସମୟରେ ଗୁଳି ଫୁଟାଇ ସୂଚନା ଦିଆଯାଇ ପାରିବ। ତେବେ ଯେଉଁ ଠାରେ ଏହି ବ୍ୟବସ୍ଥା ନାହିଁ ସେଠାରେ ଲୋକେ ନିଜ ବିବେକ ଅନୁସାରେ ଛିଡ଼ା ହୋଇ ସହିଦଙ୍କୁ ସମ୍ମାନ ପ୍ରଦର୍ଶନ କରିବେ। ସହିଦଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ଲୋକେ ଗୋଟିଏ ସ୍ଥାନରେ ଏକତ୍ରିତ ହୁଅନ୍ତି ତେବେ ତାହା ବେଶ୍ ଭଲ କଥା ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ କାର୍ଯ୍ୟକ୍ଷେତ୍ର ଠାରୁ ଦୂରକୁ ଯାଇ ଏପରି କରିବା ଉଚିତ୍ ନୁହେଁ। ଏସମ୍ପର୍କରେ ଲୋକଙ୍କ ସୂଚନା ଦେବା ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ। ସମ୍ମାନର ସହ ଦୁଇ ମିନିଟ୍ ପାଇଁ ନିରବ ପ୍ରାର୍ଥନା ଆୟୋଜନ ପାଇଁ ପଦକ୍ଷେପ ନେବାକୁ ସମସ୍ତ ବିଭାଗ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନମାନଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories