www.samajalive.in
Tuesday, December 9, 2025
17.1 C
Bhubaneswar

ବୁଧବାର ରାଶିଫଳ

 

ମେଷ: ବ୍ୟୟ ବହୁଳର ସମ୍ମୁଖୀନ ହେବେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସୁଖ ସମୃଦ୍ଧିର ସମୟ ଉପସ୍ଥିତ। ବାଣିଜ୍ୟ କାର୍ଯ୍ୟରେ ଆଗେଇବେ। ସର୍ବଜନ ପ୍ରିୟ ହୋଇପାରନ୍ତି।

- Advertisement -

ବୃଷ: ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ। ସୌଭାଗ୍ୟ ସଂଯୋଗର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ପ୍ରୀତି ଲାଭ ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

ମିଥୁନ: ମନରେ ଗର୍ବଭାବ ଉଦ୍ରେକ ହେବ। ସାନ ଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ଚକ୍ଷୁପୀଡ଼ା ଉପୁଜିବ।

କର୍କଟ: ନିଜର କୌଳିକ କାର୍ଯ୍ୟରୁ ଲାଭ ମିଳିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କ୍ରୋଧିତ ହୋଇପାରନ୍ତି। ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ଯଦିଓ ହିଂସା ମାର୍ଗରେ ମନବଳାଇବେ; ତଥାପି ଶ୍ରେଷ୍ଠ ମାନ୍ୟତା ମିଳିବ।

ସିଂହ: ଆପଣଙ୍କ ପକ୍ଷେ ପରିସ୍ଥିତି ଅସହ୍ୟ ହୋଇପାରେ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ଅଧିକ ଉତ୍ସାହିତ ହୋଇପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।

କନ୍ୟା: ଚିନ୍ତା ଦୂରେଇ ଯିବ। ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ସ୍ତରରୁ ସମ୍ମାନିତ ହେବେ। ବିଦ୍ୟା ଅର୍ଜନରେ ସକ୍ଷମ ହୋଇପାରନ୍ତି। ମାନସିକ ଅଶାନ୍ତି ଦୂର ହେବ।

ତୁଳା: କୌଣସି ଦିଗରୁ ବିଚାର ନ କରି କାର୍ଯ୍ୟ କରି ଚାଲିବେ। ବିଚାର ଆଲୋଚନା ନ କରି କାର୍ଯ୍ୟ କଲେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ବାଧା-ବିଘ୍ନ ସତ୍ତ୍ବେ କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି।

ବିଛା: ଗୃହ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହୋଇପାରେ।

ଧନୁ: ଭ୍ରାତୃସ୍ନେହୀ ହୋଇପାରନ୍ତି। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ସମସ୍ୟା ଦୂର ହୋଇପାରେ। ସର୍ବତ୍ର ଶୁଭ ଆଶା କରାଯାଏ। କାର୍ଯ୍ୟ କ୍ଷେତ୍ରରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ମଧୁରଭାଷୀ ହେବେ। ସଫଳତାର ଶୀର୍ଷକୁ ଯିବେ।

ମକର: ଶୁଭକର୍ମ ସବୁ ବାଧାବିଘ୍ନକୁ ଏଡ଼ାଇ ଧୀରେ ସୁସ୍ଥେ ଆଗକୁ ବଢ଼ିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ। ଆଦର ଅଭ୍ୟର୍ଥନା ମିଳିବ। କରିତ୍‌କର୍ମା ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ଅର୍ଥ ମିଳିବ।

କୁମ୍ଭ: ବିଚାର ବିମର୍ଶ ଓ ଆଲୋଚନାରୁ ଉପକୃତ ହୋଇପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଆୟ ଆଶାନୁରୂପ ହେବ। ପାରିବାରିକ ସମୃଦ୍ଧି ଆଶା କରାଯାଏ। ବ୍ୟବସାୟ ଲାଭଜନକ ହେବ। କୀର୍ତ୍ତିମାନ୍‌ ହେବେ। ସର୍ବ ସୁଖ ଆଶା କରାଯାଏ।

ମୀନ: ପାରିବାରିକ ଅଶାନ୍ତି ଦୂରେଇ ଯିବ। ଜନ ସଂପର୍କ ବୃଦ୍ଧି ପାଇବ। ପରିଶ୍ରମ ଅଧିକ ହେବ; ମାତ୍ର ସ୍ବଳ୍ପ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନସାରା କାର୍ଯ୍ୟ ବ୍ୟସ୍ତରେ ରହିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories