www.samajalive.in
Monday, December 8, 2025
13.1 C
Bhubaneswar

ଖଟା ମିଠା ଚିଙ୍ଗୁଡି କଷା

ଆବଶ୍ୟକ ସାମଗ୍ରୀ:
ଚୋପା ଛଡ଼ା ହୋଇଥିବା ଚିଙ୍ଗୁଡ଼ି- ୨୦ରୁ ୨୫ଟି
ଲେମ୍ବୁ
ଲୁଣ- ୧ଚାମଚ
ଲଙ୍କା ଗୁଣ୍ଡ-୧ଚାମଚ
ଅଦା ରସୁଣ ପେଷ୍ଟ- ୧କପ୍‌
ଦହି- ୨କପ୍‌
କ୍ରିମ୍‌- ୨କପ୍‌
ପିଆଜ- ୨ଟି
ଟମାଟୋ- ୩ଟି
ହଳଦି- ୧ଚାମଚ
ଜିରା- ୧ଚାମଚ
ଗରମ ମସଲା- ୨ଚାମଚ
ତେଲ- ୧ଚାମଚ
ଘିଅ- ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ଗୋଟିଏ ପାତ୍ରରେ ଅଦା,ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ଲେମ୍ବୁ ରସ ଓ ଲୁଣ ମିଶାଇ ରଖି ଦିଅନ୍ତୁ । ସେଥିରେ ଚିଙ୍ଗୁଡ଼ିକୁ ଗୋଳାଇ ୧୫ରୁ ୨୦ ମିନିଟ ପର୍ୟ୍ୟନ୍ତ ରଖି ଦିଅନ୍ତୁ । ତାପରେ କଡ଼େଇରେ ଘିଅ ପକାଇ ଚିଙ୍ଗୁଡ଼ିକୁ  ଭାଜନ୍ତୁ । ଭାଜି ହୋଇ ସାରିବା ପରେ ଚିଙ୍ଗୁଡ଼ିକୁ ଅନ୍ୟ ଏକପାତ୍ରରେ ରଖନ୍ତୁ । କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ଜିରା ପକାଇ ଭାଜନ୍ତୁ । ତାପରେ ସେଥିରେ ପିଆଜ ପକାଇ ଭାଜନ୍ତୁ । ପାଞ୍ଚ ମିନିଟ ପରେ ସେଥିରେ ଅଦା ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ହଳଦି,ଲୁଣ ପକାଇ ୧ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ । ସେଥିରେ ଟମାଟୋ ପକାନ୍ତୁ । ଅଳ୍ପ ଆଞ୍ଚରେ ୫ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ । ମସଲା ଗାଢ଼ା ହେବା ପରେ ସେଥିରେ କ୍ରିମ୍‌,ଦହି ଓ ଗରମ ମସଲା ପକାନ୍ତୁ । ଅଳ୍ପ ସମୟ ପରେ ସେଥିରେ ଚିଙ୍ଗୁଡ଼ି ପକାନ୍ତୁ । ତାପରେ ସେଥିରେ ଲୁଣ ପକାଇ କିଛି ସମୟ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଖଟା ମିଠା ଚିଙ୍ଗୁଡି କଷା ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories