www.samajalive.in
Thursday, December 11, 2025
13.1 C
Bhubaneswar

କରୋନା ଛଡ଼ାଇ ନେଲା ବୃତ୍ତି: ଆଲ୍‌ବମ୍‌ କୁଇନ୍‌ ପାଲଟିଲେ ଫଳ ବିକାଳି

ଭୁବନେଶ୍ବର: ଦିନେ ଯିଏ ସେଲିବ୍ରିଟି ଥିଲା ଆଜି ସେ ହେଉଛନ୍ତି ପରିବା ବିକାଳି। ଯାହାଙ୍କୁ ଦିନେ ଦେଖିବା ପାଇଁ ଲୋକେ ଲମ୍ବା ଲାଇନ୍‌ ଲଗାଉ ଥିଲେ ଏବେ ସେ ଅପେକ୍ଷା କରୁଛନ୍ତି ଲୋକଙ୍କୁ। ପରଦା ଉପରେ ନାଚଗୀତ ଓ ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତ୍ରୀ ଜଣକ ଯାତ୍ରା ମଞ୍ଚରେ ରୋମାଣ୍ଟିକ୍ ସଂଳାପ ମନ୍ତ୍ରମୁଗ୍ଧ କରିଦେଉଥିଲା ଦର୍ଶକଙ୍କୁ। ଏବେ କିନ୍ତୁ ସମୟ ବଦଳି ଯାଇଛି। କରୋନା ତାଙ୍କର ବୃତ୍ତି ଛଡ଼ାଇ ନେଇଛି। କରୋନା କଟକଣା ଯୋଗୁ ଆଉ ନୃତ୍ୟସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ କିମ୍ବା ଯାତ୍ରା ମଞ୍ଚରେ ନାଟକ ପ୍ରଦର୍ଶନ ପାଇଁ ଅନୁମତି ମିଳୁନାହିଁ। ପରିବାର ପ୍ରତିପୋଷଣ ପାଇଁ ଏବେ ଫଳ ବିକ୍ରି ରୋଜଗାର କରିବାକୁ ଆଗେଇ ଆସିଛନ୍ତି ଆଲ୍‌ବମ୍‌ କୁଇନ୍‌ ଓ ଯାତ୍ରା ଜଗତର ରାଣୀ ଭାବେ ପରିଚିତା ପ୍ରତିଭା ମହାରଣା ତଥା ରିଙ୍କି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ପ୍ରତିଭାଙ୍କ ଆର୍ଥିକ ସ୍ଥିତି ବିଗିଡିଗଲା। ବାପାଙ୍କ ରୋଜଗାର ନଥିବାବେଳେ ପକ୍ଷାଘାତ ମା’ଙ୍କୁ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ପାଇଁ ଅଣ୍ଟାଭିଡ଼ିଥିଲେ ସେ। ଏବେ ଫଳ ଦୋକାନରୁ ଯାହା କିଛି ରୋଜଗାର ହୁଏ ସେଥିରୁ କଷ୍ଟେମଷ୍ଟେ ପରିବାର ଚଳାଉଛନ୍ତି। ଶହେରୁ ଉର୍ଦ୍ଧ୍ବ ଆଲବମ୍ ଓ ବଡ ବଡ ଯାତ୍ରା ପାର୍ଟିରେ କାମ କରିଥିବା ଅଭିନେତ୍ରୀ ରିଙ୍କି ବର୍ତ୍ତମାନ ଫଳ ବେପାର କରୁଛନ୍ତି। କରୋନା କଟକଣା ପାଇଁ ଯାତ୍ରା ବନ୍ଦ୍, ଆଲବମ୍ ସୁଟିଂ ବନ୍ଦ୍ ହୋଇଯିବାରୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଆଉ କିଛି ବାଟ ନପାଇ ରାଜଧାନୀରେ ଫଳ ବିକୁଛନ୍ତି ଅଭିନେତ୍ରୀ ପ୍ରତିଭା।
୧୦ବର୍ଷ ତଳେ ଯେବେ ଆଲବମ୍ ଦେଖିବାକୁ ଓଡିଆ ଦର୍ଶକ ପାଗଳ ପ୍ରାୟ ହେଉଥିଲେ ସେତେବେଳେ ‘ତୋ’ର ଚକଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁଟ୍ଟଭଳି ହିଟ୍ ଆଲବମରେ ସୁମନଙ୍କ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ପ୍ରତିଭା। ଏହାପରେ ସେ ଅଭିନେତା ସବ୍ୟସାଚୀ ସମେତ କିଛି ବଡ କଳାକାରଙ୍କ ନାୟିକା ଭାବେ ଆଲବମରେ ଅଭିନୟ କଲେ। ଏହାପରେ ମନ ଦେଇଦେଲି ମନୁଭାଇକୁ, କିରିନେଲା ମନ କଳାନାଗର, ହେ ଈଶ୍ବର କାନ୍ଦିବା ଆସ, ଚଳିତ ବର୍ଷର ଆପଣମାନେ ଖୁସି ତ ଆଦି ନାଟକରେ ଅଭିନୟ କ୍ଷେତ୍ରରେ ପାଦ ଥାପି ଜଣେ ସଫଳ ଅଭିନେତ୍ରୀର ସ୍ବୀକୃତି ପାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories