କରୋନା ମହାମାରୀ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବହୁ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍ଡାଉନ୍ ସମୟରେ ସମସ୍ତେ ଘରେ ରହିବା ଦରକାର। ମୁଁ ମଧ୍ୟ ନିହାତି ଆବଶ୍ୟକ ନଥିଲେ ବାହାରକୁ ଯାଉନି। ସମସ୍ତଙ୍କୁ ମୋର ଅନୁରୋଧ ଏହି ମହାମାରୀ ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖନ୍ତୁ। ଜରୁରୀ କାମ ନଥିଲେ ବାହାରକୁ ଯିବା ଉଚିତ୍ ନୁହେଁ। ଲକ୍ଡାଉନ୍ ଯୋଗୁଁ ଘରେ ରହିବାକୁ ସୁଯୋଗ ଥିବାରୁ ମୋର ପୁରୁଣା ସାଙ୍ଗଙ୍କ ସହ ଫୋନ୍ରେ କଥା ହେଉଛି ା ମୋ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସୁବିଧାଅସୁବିଧା କଥା ଫୋନ୍ ଓ ସୋସିଆଲ ମିଡ଼ିଆରେ ବୁଝିବା ସହ ଏହାକୁ ସମାଧାନ ପାଇଁ ଚେଷ୍ଟା କରୁଛି। ମୋ ବିଭାଗର କାମ ଘରେ ରହି କରୁଛି ଓ ଆବଶ୍ୟକ ହେଲେ କାର୍ଯ୍ୟାଳୟ ଯାଉଛି। କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସହଯୋଗର ହାତ ବଢାଇବା ସହ ସଚେତନ ହେବାର ଆବଶ୍ୟକତା ରହିଛି। ଘରେ ଥିବାବେଳେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସହ ଟିଭିରେ ନ୍ୟୁଜ୍ ଓ ସିନେମା ଦେଖୁଛି। ଏହା ବ୍ୟତୀତ ଗୀତ ଶୁଣିବା ଓ ବହି ପଢିବାରେ ମୋର ଦିନ ଯାଉଛି।
‘ଫୋନ୍ରେ ବୁଝୁଛି ଲୋକଙ୍କ କଥା ଓ ଗୀତ ଶୁଣିବା ସହ ବହି ପଢ଼ୁଛି’
Popular Categories



