www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀ ବିଶ୍ବବିଦ୍ୟାଳୟର ‘ବରିଷ୍ଠ ପ୍ରଫେସର’ ହେଲେ ପ୍ରକାଶ ପଟ୍ଟନାୟକ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗର ପ୍ରଫେସର ଡକ୍ଟର ପ୍ରକାଶଚନ୍ଦ ପଟ୍ଟନାୟକ ୟୁ.ଜି.ସି.ର କ୍ୟାରିୟର ଆଡଭାନ୍ସମେଣ୍ଟ ସ୍କିମ୍‌-୨୦୧୮ ଅନୁସାରେ ‘ବରିଷ୍ଠ ପ୍ରଫେସର’ ରୂପେ ମନୋନୀତ ହୋଇଛନ୍ତି। ଏହି ସମ୍ମାନଜନକ ପଦ ପାଇବାରେ ସେ ପ୍ରଥମ ଓଡ଼ିଆ ପ୍ରଫେସର। ଗତ ୧୦ ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିବା ଶ୍ରୀ ପଟ୍ଟନାୟକ ୧୯୮୭ରେ ପ୍ରଥମେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ୧୯୯୨ରେ ବରିଷ୍ଠ ଅଧ୍ୟାପକ ଓ ୧୯୯୮ରେ ପ୍ରାଧ୍ୟାପକ ହେବାପରେ, ୨୦୦୬ରେ ପ୍ରଫେସର ହୋଇଥିଲେ। ସେହିଦିନଠାରୁ ଦୀର୍ଘ ୧୬ବର୍ଷ ଧରି ସେ ଉକ୍ତ ବିଭାଗର ପ୍ରଫେସର ରହିଛନ୍ତି ଏବଂ ବିଭାଗୀୟ ମୁଖ୍ୟ ଭାବରେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି।

- Advertisement -

ଉଲ୍ଲେଖନୀୟ ଯେ କେନ୍ଦ୍ର ସଂସ୍କୃତି ବିଭାଗ ଓ ସାହିତ୍ୟ ଅକାଦେମୀର ନିମନ୍ତ୍ରଣ କ୍ରମେ ପ୍ରଫେସର ପ୍ରକାଶ ପଟ୍ଟନାୟକ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟମାନ୍ୟତା ପ୍ରଦାନର ଚୂଡ଼ାନ୍ତ ବୈଠକରେ ଭାଷା ବିଶେଷଜ୍ଞ ଭାବରେ ଯୋଗଦେଇ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories