www.samajalive.in
Monday, December 8, 2025
14.1 C
Bhubaneswar

‘ଅମ୍ପନ’ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ପୁନରୁଦ୍ଧାର: ରାଜ୍ୟ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ସମାଜ ପୋର୍ଟାଲ ଡେସ୍କ: ଅମ୍ଫନ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର ନେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ ସମୀକ୍ଷା କରିଛନ୍ତି। ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶକ୍ତି ବିଭାଗ ପ୍ରମୁଖ ସଚିବ, ବିଭିନ୍ନ ଡିସକମଗୁଡ଼ିକର ମୁଖ୍ୟ ମହାପ୍ରବନ୍ଧକ, ଭାରତ ସରକାରଙ୍କ ଶକ୍ତି ସଚିବ, ପାଓ୍ବାର ଗ୍ରୀଡର ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ଏହି ଅବସରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ଯୋଗୁ ବିଦ୍ୟୁତ ବ୍ୟବସ୍ଥା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ପୁନରୁଦ୍ଧାର କାର୍ଯ୍ୟ ସୁଚାରୁ ରୂପେ ଜାରି ରହିଛି । ଆଜି ସୁଦ୍ଧା ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାର ସ୍ବାଭାବିକ ହୋଇଯିବ ବୋଲି ସେ କହିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର ଏବଂ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସଂଯୋଗ କାର୍ୟ୍ୟ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ମାନବ ସମ୍ବଳ ଯୋଗାଇ ଦେଇଛନ୍ତି। ଓଡ଼ିଶାରେ ପୁନରୁଦ୍ଧାର କାର୍ୟ୍ୟ ସମ୍ପୂର୍ଣ୍ଣ ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସେହିପରି କୋଲକାତା ଏବଂ ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ପୁନରୁଦ୍ଧାର କାର୍ୟ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ସେ କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories