www.samajalive.in
Saturday, December 6, 2025
26.1 C
Bhubaneswar

ୟୁପିରୁ ଆଜି ଆସିବ ୩୦୦ ଟ୍ରକ୍‌ ଆଳୁ

ଭୁବନେଶ୍ୱର : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମନମାନି ଯୋଗୁଁ ଓଡ଼ିଶାରେ ବାରମ୍ବାର ଆଳୁ ସଙ୍କଟ ଦେଖାଦେଉଛି। ୫ ମାସ ପରେ ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସଙ୍କଟ ଟାଳିବାକୁ ମୋହନଙ୍କ ସରକାର ପ୍ଲାନ୍‌-ଖ ଜରିଆରେ ଉତ୍ତରପ୍ରଦେଶରୁ ଆଳୁ ଆଣୁଛନ୍ତି। କାରଣ ୨ଦିନ ମଧ୍ୟରେ ଆଳୁ କିଲୋ ୧୦ରୁ ୧୫ଟଙ୍କା ବୃଦ୍ଧି ପାଇ ରବିବାର ଖୋଲା ବଜାରରେ ୪୦ରୁ ୪୫ ଟଙ୍କାରେ ପହଞ୍ଚିଲାଣି। ବଜାରରେ ପର୍ଯ୍ୟାପ୍ତ ଆଳୁ ଉପଲବ୍ଧ ନହେଲେ ଆଳୁ ଦର ଆହୁରି ବଢିବା ସମ୍ଭାବନା ରହିଛି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍‌ ଆସିବା ଏକ ପ୍ରକାର ବନ୍ଦ ରହିଥିବାବେଳେ ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଆଜି ସୁଦ୍ଧା ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ ଆଳୁ ଗାଡି ଆସି ରାଜ୍ୟରେ ପହଞ୍ଚିବ। ଉତ୍ତରପ୍ରଦେଶ ସହ ପଞ୍ଜାବରୁ ମଧ୍ୟ ଆଳୁ ଆମଦାନୀ କରାଯିବ। ପଶ୍ଚିମବଙ୍ଗ ଠାରୁ ଆଉ ଏଣିକି ଆଳୁ ଆମଦାନୀ କରାଯିବନି। ବାରମ୍ବାର ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରତ୍ପାନୀ କରିବାରେ ମନମାନି କରୁଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଯୋଗୁଁ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଉଛି। ଆସନ୍ତାବର୍ଷରୁ ଏହାର ସ୍ଥାନୀୟ ସମାଧାନ ପାଇଁ ସରକାର ପ୍ରୟାସ କରୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଛନ୍ତି।
ରାଜ୍ୟରେ ସମ୍ଭାବ୍ୟ ଆଳୁ ସଙ୍କଟକୁ ମନ୍ତ୍ରୀ ଶ୍ରୀ ପାତ୍ର ଅସ୍ବୀକାର କରିଛନ୍ତି। ଉତ୍ତରପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଓଡ଼ିଶାକୁ ଆସୁଛି। ଏଥିସହିତ ନାଫେଡ ଅଧିକାରୀଙ୍କ ସହିତ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ଖାଉଟିମାନେ ଯେପରି ସୁଲଭ ମୂଲ୍ୟରେ ଆଳୁ ପାଇବେ, ସେଥିପାଇଁ ବ୍ୟବସାୟୀ ସଂଘକୁ କୁହାଯାଇଛି। ଅପରପକ୍ଷରେ କଟକର ଛତ୍ରବଜାର, ଭୁବନେଶ୍ୱରର ୧ନମ୍ବର ହାଟ ଓ ଆଇଗଣିଆ କୁବେରପୁରୀ ଆଳୁ ଗୋଦାମରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ନାହିଁ। ​ କଟକ-ଭୁବନେଶ୍ବରରେ ଆଳୁ କିଲୋ ଦିନକରେ ୧୦ରୁ ୨୦ଟଙ୍କା ବଢ଼ିଗଲାଣି। ଖୁଚୁରା ବଜାରରେ ଆଳୁ କିଲୋ ୪୦ରୁ ୪୫ଟଙ୍କା ରହିଛି। ଆଗାମୀ ଦିନରେ ରାଜ୍ୟକୁ ପର୍ଯ୍ୟାପ୍ତ ଆଳୁ ନ ଆସିଲେ ଏହି ଦର ଆହୁରି ବଢିବାର ସମ୍ଭାବନା ରହିଥିବା ବ୍ୟବସାୟୀ ସଂଘ କର୍ମକର୍ତ୍ତା କହିଛନ୍ତି।  ସାଧାରଣତଃ ଆଳୁ ପାଇଁ ଓଡ଼ିଶା ପଡୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଆସୁଛି। ବର୍ଷ ତମାମ ପଶ୍ଚିମବଙ୍ଗ ହିଁ ଓଡ଼ିଶାକୁ ଆଳୁ ଯୋଗାଇ ଥାଏ। ଚଳିତବର୍ଷ ପଶ୍ଚିମବଙ୍ଗରେ ବିଳମ୍ବିତ ଉତ୍ପାଦନ ସହ ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟକୁ ପର୍ଯ୍ୟାପ୍ତ ଆଳୁ ଟ୍ରକ ଆସିପାରି ନ ଥିଲା। ପଶ୍ଚିମବଙ୍ଗ ସରକାର ମଧ୍ୟ ଓଡ଼ିଶାକୁ ଆଳୁ ରତ୍ପାନୀ ଉପରେ କଟକଣା ଲଗାଇଥିଲେ। ଆଳୁ ଆଣି ଆସୁଥିବା ୨୫୦ରୁ ଅଧିକ ଟ୍ରକକୁ ସେଠାକାର ପୁଲିସ ଓଡ଼ିଶାକୁ ଛାଡି ନ ଥିଲା। ରାଜ୍ୟରେ ଖାଉଟିଙ୍କ ଆଳୁ ଚାହିଦା ମେଣ୍ଟାଇବା ପାଇଁ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରୁଛନ୍ତି। ଗତ ଏକ ସପ୍ତାହରେ ପଶ୍ଚିମବଙ୍ଗରୁ ମାତ୍ର ଅଳ୍ପ କେତୋଟି ଆଳୁ ଟ୍ରକ ଛତ୍ରବଜାର ଆସିଛି। ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ଅଧିକ ଦିନ ରହୁନି। ଅଧିକ କ୍ଷତି ହେଉଥିବାରୁ ବହୁ ବ୍ୟବସାୟୀ ୟୁପି ଆଳୁ ବିକ୍ରି କରିବାକୁ ରାଜି ହେଉନାହାନ୍ତି। ଖାଉଟି ଯେପରି ସୁଲଭ ମୂଲ୍ୟରେ ଆଳୁ ପାଇବେ, ‌ସେ ଦିଗରେ ବ୍ୟବସାୟୀମାନେ ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ନାଫେଡ ଅଧିକାରୀଙ୍କୁ ବିଭିନ୍ନ ରାଜ୍ୟରେ ଆଳୁ ମୂଲ୍ୟ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଯୋଗାଣ ଅଧିକାରୀ ଦଳ ମଧ୍ୟ ବିଭିନ୍ନ ସ୍ଥାନରେ ଆଳୁ ଯେଭଳି ଚଢା ମୂଲ୍ୟରେ କଳାବଜାରୀ ନହେବ ସେଥିପାଇଁ ଚଢଉ ଜାରି ରଖିଥିବା ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆଳୁ ରତ୍ପାନୀ ଉପରେ କଟକଣା ଲଗାଇଛନ୍ତି। ଏହା ପ୍ରତିବାଦରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ସଂଘ ଆନ୍ଦୋଳନ ଡାକରା ଦେଇଛି। ବ୍ୟବସାୟୀ ସଂଘର ଆନ୍ଦୋଳନ ଯୋଗୁଁ ମମତା ସରକାର ଅଡୁଆରେ ପଡିଛନ୍ତି। ଜୁଲାଇରେ ମଧ୍ୟ ଅନୁରୂପ ଭାବେ ମମତା ସରକାର ଓଡ଼ିଶାକୁ ଆଳୁ ରତ୍ପାନୀ ବନ୍ଦର ପ୍ରତିବାଦ କରି ବ୍ୟବସାୟୀମାନେ ଆନ୍ଦୋଳନ ଡାକରା ଦେଇଥିଲେ। ବ୍ୟବସାୟୀ ସଂଘ ଆନ୍ଦୋଳନ ଯୋଗୁଁ ମମତା ସରକାର ଶେଷରେ ମୁଣ୍ଡ ନୁଆଁଇ ଓଡ଼ିଶାକୁ ଆଳୁ ରତ୍ପାନୀ ସ୍ବାଭାବିକ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories