www.samajalive.in
Tuesday, December 9, 2025
16.1 C
Bhubaneswar

ଜମ୍ମୁ ଓ କାଶ୍ମୀର – ସୋମବାରରୁ ପୋଷ୍ଟପେଡ୍‍ ମୋବାଇଲ୍‍ ଫୋନ୍‍ ହେବ ସ୍ୱାଭାବିକ

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ଅବଶିଷ୍ଟ ଅଞ୍ଚଳରେ ସୋମବାର ମଧ୍ୟାହ୍ନ ୧୨ଟାରୁ ସମସ୍ତ ପୋଷ୍ଟପେଡ୍‍ ମୋବାଇଲ୍‍ ଫୋନ୍‍ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ବୋଲି ଜମ୍ମୁ ଓ କାଶ୍ମୀର ପ୍ରଶାସନ ମୁଖପାତ୍ର ରୋହିତ୍‍ ବଂଶଲ୍‍ କହିଛନ୍ତି। ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ ଲଗାଯାଇଥିବା କଟକଣା କେନ୍ଦ୍ର ପକ୍ଷରୁ କୋହଳ କରାଯିବା ପରେ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ସ୍କୁଲ୍‍, କଲେଜ୍‍ଗୁଡ଼ିକ ପୁନର୍ବାର ଖୋଲା ଯାଇଥିବାବେଳେ ଲ୍ୟାଣ୍ଡଲାଇନ୍‍ ସେବାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା।

ଶ୍ରୀନଗରରେ ସାପ୍ତାହିକ ହାଟରେ ଲାଲ୍‍ଚୌକ୍‍ ରୋଡ଼ରେ ଥିବା ସାପ୍ତାହିକ ହାଟରେ ଅନେକ ଦୋକାନ ଖୋଲିଥିବା ବେଳେ ଜନସାଧାରଣଙ୍କର ସେଠାରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଶୀତକୁ ଦୃଷ୍ଟିରେ ରଖି ଉପତ୍ୟକାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଶୀତବସ୍ତ୍ର ଓ ଅନ୍ୟାନ୍ୟ ଜିନିଷ କିଣିବାକୁ ଆସିଥିଲେ। ରାମ୍‍ବନ୍‍ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଦୁଇ ଦିନ ହେଲା ବନ୍ଦ୍‍ ରହିଥିବା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ରବିବାର ପୁଣି ଖୋଲି ଦିଆଯାଇଛି। ହାଲୁକା ଯାନବାହନଗୁଡ଼ିକ ଉଭୟ ଜମ୍ମୁ ଓ ଶ୍ରୀନଗର ପଟୁ ରାଜପଥରେ ଯାତାୟତ ପାଇଁ ଅନୁମତି ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories