www.samajalive.in
Tuesday, December 9, 2025
16.1 C
Bhubaneswar

ମୁଖାଗ୍ନି ଦେବାକୁ ଗଲାବେଳେ ଜୁଇରୁ ଉଠିଲେ ମୃତକ

ସୋରଡ଼ା : ଗଞ୍ଜାମ ଜିଲା ସୋରଡା ବ୍ଲକ ପାଲକାଟୁ ପଞ୍ଚାୟତରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଭାବି ଅନ୍ତିମ ସଂସ୍କାର କଲା ବେଳେ ଜଣେ ବ୍ୟକ୍ତି ଜୁଇରୁ ଉଠି ବସିଛନ୍ତି।

କପାଖାଲ ଗ୍ରାମର ସୀମାଞ୍ଚଳ ମଣ୍ଡଳ ଦୁଇ ଦିନଧରି ସାମାନ୍ୟ ଅସୁସ୍ଥ ଥିଲେ। ଶନିବାର ଛେଳି ଚରାଇବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇ ସେ ଫେରି ନ ଥିଲେ। ରବିବାର ସକାଳୁ ଗ୍ରାମବାସୀ ତାଙ୍କୁ ବିଲରେ ପଡ଼ିଥିବା ଦେଖି ଉଦ୍ଧାର କରି ଘରକୁ ଆଣିଥିଲେ। ସୀମାଞ୍ଚଳ ମୃତ ବୋଲି ଭାବି ପରିବାର ଲୋକେ କାନ୍ଦିବା ସହ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରିଥିଲେ। ସ୍ମଶାନକୁ ନେଇ ମୁଖାଗ୍ନି ଦେବା ପାଇଁ ଜୁଇକୁ ରଖିବା ବେଳେ ହଠାତ୍ ସୀମାଞ୍ଚଳ ଉଠି ବସିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ହତବାକ୍ ହୋଇ ପରସ୍ପରକୁ ଚାହିଁଥିଲେ। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତାଙ୍କୁ ଦେଖିବା ପାଇଁ ଡାକ୍ତରରେ ଭିଡ଼ ଜମି ଥିଲା। ସେଠାରେ ସେ ସମ୍ପୂର୍ଣ ଠିକ୍ ହୋଇ ଘରକୁ ଫେରିଥିଲେ। ସେ କିଛି ସମୟ ପାଇଁ କୋମାକୁ ଚାଲି ଯାଇଥିଲେ ଏବଂ ଚିକିତ୍ସା ବିଜ୍ଞାନରେ ବେଳେ ବେଳେ ଏମିତି ହୋଇଥାଏ ବୋଲି ଡାକ୍ତର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories