www.samajalive.in
Monday, December 8, 2025
20.1 C
Bhubaneswar

ପାଥୋଲ୍ୟାବରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଫାର୍ମାସିଷ୍ଟ ଗିରଫ

ବଡ଼ସାହି : ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲଥ୍‍ କେୟାର ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କୁ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ହେଲେ ମାନଗୋବିନ୍ଦପୁର ପଞ୍ଚାୟତ ଆଡ଼ିଆସାହିର ମାଧ ଓରଫ ବିଦ୍ୟାଧର ପ୍ରଧାନ(୩୮)। ପୂର୍ବାହ୍ଣରେ ବଡ଼ସାହି ଥାନା ଅଞ୍ଚଳର ଜନୈକା ଯୁକ୍ତ ତିନି ଛାତ୍ରୀ ତାଙ୍କ ଭାଇ ସହିତ ଉକ୍ତ ପାଥୋଲ୍ୟାବକୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ବିଳମ୍ବ ହେବାକୁ ଭାଇ ଜଣଙ୍କ ବାଇକରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥିବା ସମୟରେ ଏକୁଟିଆ ସୁଯୋଗରେ ଫାର୍ମାସିଷ୍ଟ ରକ୍ତ ପରୀକ୍ଷା ବେଳେ କୁଆଡ଼େ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ତାଙ୍କ ଭାଇ ପହଞ୍ଚିବା ପରେ କାନ୍ଦିକାନ୍ଦି ଭଉଣୀ ସମସ୍ତ କଥା କହିବା ପରେ ଖବର ପ୍ରଚାରିତ ହୋଇଥିଲା। ଅଭିଯୁକ୍ତ ଫାର୍ମାସିଷ୍ଟଙ୍କୁ ଛାତ୍ରୀଙ୍କ ଆତ୍ମୀୟ, ଗ୍ରାମବାସୀ ଓ ମାଣତ୍ରୀ ବଜାରରେ ଥିବା ଲୋକମାନେ ନିର୍ଧୁମ ମାଡ଼ମାରି ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଣ୍ଠେଇ ଦେଇଥିଲେ। ଅଭିଯୁକ୍ତ ଜଣଙ୍କ ହାତ ଯୋଡ଼ି ନିଜର ଦୋଷ ସ୍ବିକାର କରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ୍‍ ଏନେଇ ଏକ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ପ୍ରକାଶ ଥାଉ କି, ଅଭିଯୁକ୍ତ ଫାର୍ମାସିଷ୍ଟ ଜଣଙ୍କ ପୂର୍ବରୁ ସମାନ ଘଟଣା ଭିଆଇ ଚର୍ଚ୍ଚାକୁ ଆସିଥିଲେ। ଅବିବାହିତ ଥିବାରୁ ସେ ଏଭଳି କାଣ୍ଡ ଭିଆଉଥିବା ଭାବି ପରିବାର ଲୋକେ ତାଙ୍କ ବାହାଘର କରିଥିଲେ। ବର୍ତ୍ତମାନ ସେ ଗୋଟିଏ ସନ୍ତାନର ବାପା ହୋଇ ଏଭଳି କାଣ୍ଡ ଭିଆଇବାକୁ ସାଧାରଣରେ ନିନ୍ଦା କରାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କ ଘରୋଇ ପାଥୋଲ୍ୟାବ ଅନୁମତିକୁ ରଦ୍ଧ କରିବାକୁ ସମସ୍ତେ ଦାବି କରୁଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories