www.samajalive.in
Sunday, December 7, 2025
16.1 C
Bhubaneswar

ମିଜୋରାମ ଓ  ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ୍

ଆଇଜଲ୍ : ମିଜୋରାମ ଓ  ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆଉ ମାତ୍ର ଅଳ୍ପ କିଛିଦିନ ବାକି ଥିବାବେଳେ ପ୍ରଚାର ଅଭିଯାନ ସରଗରମ ହେବାରେ ଲାଗିଛି। ଦୁଇ ରାଜ୍ୟରେ ଆସନ୍ତା ୨୮ ତାରିଖରେ ମତଦାନ ଅନୁଷ୍ଠିତ ହେବ। ବଡ଼ ବଡ଼ ରାଜନୈତିକ ଦଳମାନେ ଜୋରସୋର  ପ୍ରଚାର ଚଳାଇଛନ୍ତି। ଶାସକ କଂଗ୍ରେସ ଓ ବିରୋଧି ଦଳ ଏମଏନଏଫ ଓ ଜେଡପିଏମ୍‍ ଜୋରସୋର ପ୍ରଚାର ଚଳାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଜୋରାମର ଲୁଙ୍ଗଲେଇଇଠାରେ ବିଜେପି ପ୍ରାର୍ଥୀମାନଙ୍କ ସମର୍ଥନରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇ ତାଙ୍କ ଦଳ କ୍ଷମତାକୁ ଆସିଲେ ମିଜୋରାମକୁଏକ ଭ୍ରଷ୍ଟାଚାର ମୁକ୍ତ ପ୍ରଶାସନ ପ୍ରଦାନ କରିବ ବୋଲି କହିଛନ୍ତି।


ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଆଶିଷ କୁନ୍ଦ୍ରା କହିଛନ୍ତି, ବ୍ରୁ’ ସମ୍ପ୍ରଦାୟର ମତଦାତାମାନଙ୍କପାଇଁ ଭୋଟର୍‍ ସ୍ଲିପ୍‍ ଆଜିଠାରୁ ଜାରି କରାଯାଇଛି। ସେମାନେ ତ୍ରିପୁରାରେ ବିଭିନ୍ନ ରିଲିଫ୍‍ ଶିବିରରେ ଆଶ୍ରୟ ନେଉଛନ୍ତି।
୪୦ ଆସନ ବିଶିଷ୍ଟ ମିଜୋରାମରେ  ବିଧାନସଭା ନିର୍ବାଚନ ପାଇଁ ମୋଟ ୨୦୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେହିପରି ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମୋଟ ୨୯୦୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories