www.samajalive.in
Thursday, December 11, 2025
16.1 C
Bhubaneswar

କର୍ଣ୍ଣାଟକ ସଙ୍କଟ : ସୋମବାର କଂଗ୍ରେସ ବିଧାୟକ ଦଳ ବୈଠକ

ବେଙ୍ଗାଲୁରୁ :  କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସମ୍ପର୍କରେ ଆଲୋଚନା କରିବାକୁ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ସୋମବାର ସକାଳେ  ବିଧାୟକ ଦଳର ବୈଠକ ଡାକିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟରେ ମେଣ୍ଟ ସରକାରକୁ ଭାଙ୍ଗିବାକୁ ନ ଦେବା ପାଇଁ ଆଲୋଚନା ହେବ । କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ବେଙ୍ଗାଲୁରୁରେ ରହି ରାଜ୍ୟର କଂଗ୍ରେସ ନେତାମାନଙ୍କ ସହ ବିଭିନ୍ନ ବୈଠକ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସେ କଂଗ୍ରେସ  ବରିଷ୍ଠ ନେତାମାନେ ରହୁଥିବା ହୋଟେଲକୁ ସାକ୍ଷାତ କରିଛନ୍ତି । ଆଜି ରାତିରେ କୁମାରସ୍ୱାମୀ ଜେଡିଏସ ବିଧାୟକମାନଙ୍କର ବୈଠକ ଡକାଇଛନ୍ତି ବୋଲି ଜେଡିଏସର ବରିଷ୍ଠ ନେତା ତଥା ମନ୍ତ୍ରୀ  ଜି.ଟି ଦେବେଗୌଡା କହିଛନ୍ତି। ତାଙ୍କ ଦଳର ତିନିଜଣ ବିଧାୟକ ବାଚସ୍ପତିଙ୍କୁ ଦେଇଥିବା ଇସ୍ତଫାପତ୍ର ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ।

ତେବେ ବେଙ୍ଗାଲୁରୁରେ ଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ରାଜ୍ୟର ଏହି ନିର୍ବାଚିତ ସରକାରକୁ  କେବେ ଭାଙ୍ଗିବାକୁ ଦିଆଯିବ ନାହିଁ । ବିଜେପି କର୍ଣ୍ଣାଟକ ସମେତ ୧୪ଟି ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

- Advertisement -

ଅ୍ୟପକ୍ଷରେ ବାଚସ୍ପତି ରାମେଶ କୁମାର କହିଛନ୍ତି, ଆସନ୍ତା ମଙ୍ଗଳବାରଦିନ ସେ ଏହି ଇସ୍ତଫାପତ୍ର ଉପରେ ବିଚାର କରିବେ। ଇତିମଧ୍ୟରେ କର୍ଣ୍ଣାଟକ କଂଗ୍ରେସ ନେତା ଏମ.ଟି ଗୌଡା ରବିବାର ବିଦ୍ରୋହୀ କଂଗ୍ରେସ ନେତା ରମେଶ ଜାରାକିହୋଲିଙ୍କୁ ମୁମ୍ବାଇର ସୋଫିଟାରି ହୋଟେଲରେ ସାକ୍ଷାତ କରିଛନ୍ତି । ଜାରାକିହୋଲିଙ୍କ ସମେତ ୮ଜଣ ବିଦ୍ରୋହୀ କଂଗ୍ରେସ ନେତା ଓ ଜନତା ଦଳ (ଏସ)ର ୩ ଜଣ ବିଦ୍ରୋହୀ ବିଧାୟକ ଶନିବାର ରାତିରୁ ଏହି ହୋଟେଲରେ ରହୁଛନ୍ତି। ସାମ୍ବାଦିକମାନଙ୍କୁ ସୂଚନାଦେଇ ଏମ.ଟି ଗୌଡା କହିଛନ୍ତି, ସେ କେବଳ ଜାରାକିହୋଲିଙ୍କୁ ସାକ୍ଷାତ କରିଛନ୍ତି ଏବଂ ରାଜ୍ୟର ହିତ ପାଇଁ ନିଷ୍ପତ୍ତି ନେବାକୁ ତାଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ କଂଗ୍ରେସ ବିଧାୟକ ମାନେ ଦେଇଥିବା ଇସ୍ତଫା ସମ୍ପର୍କରେ ସେ କିଛି କହିବାକୁ ମନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories