www.samajalive.in
Monday, December 8, 2025
14.1 C
Bhubaneswar

ଫିଟୁଛି ସିମ୍‌ ବକ୍ସ ଗୁମର

ସମାଜ ଡିଜିଟାଲ ଡେସ୍କ: କଟକ ମଧୁପାଟଣା ଥାନା ଅଞ୍ଚଳରୁ ସିମ୍‌ ବକ୍ସ ଜବତ ହେବା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କମିଶନରେଟ ପୁଲିସ ଏହି ଘଟଣାରେ ସାଂଘାତିକ ତଥ୍ୟ ପ୍ରଦାନ କରିଛି। ରାଜୁ ମଣ୍ଡଳ ନେଇଥିବା ଭଡ଼ା ଘରୁ ୫ଟି ସିମ୍‌ ବକ୍ସ ମିଳିଛି। ଯେଉଁଥିରେ ମୋଟ ୫୪୬ ସିମ୍‌ ଥିବାବେଳେ ୨୩୬ଟି ସିମ୍ ସକ୍ରିୟ ରହିଛି। ପୁଲିସ ସେସବୁକୁ ଜବତ କରିଛି। ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ ମଧୁପାଟଣାର ଏହି ଭଡ଼ା ଘରେ ରହୁଥିଲା। ୨ ଦିନ ତଳେ କମିଶନରେଟ ପୁଲିସ ରାଜୁକୁ ଭୁବନେଶ୍ଵରରୁ ଗିରଫ କରିବା ସହିତ ସେଠାରୁ ବି ଏକ ସିମ୍‌ ବକ୍ସ ଜବତ କରିଥିଲା। ପୁଲିସ ରାଜୁକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ରବିବାର ମଧୁପାଟଣାସ୍ଥିତ ଭଡ଼ା ଘରକୁ ନେଇ ଚଢ଼ାଉ କରିଥିଲା।

ରାଜୁ ଏହି ଘରକୁ ଲୁଗା ବ୍ୟବସାୟ କରିବା ନାଁରେ ଭଡ଼ା ନେଇଥିଲା। ଫୋନ୍‌ ପେ ଜରିଆରେ ସେ ଘର ମାଲିକକୁ ମାସିକ ୮ ହଜାର ଟଙ୍କା ଭଡ଼ା ଦେଉଥିଲା। ଗତବର୍ଷ ଡିସେମ୍ବର ମାସରେ ବାଂଲାଦେଶର ଅସଦୁର ଜମାନ କଟକ ଆସି ସେହି ଭଡ଼ା ଘରେ ସିମ୍‌ ବକ୍ସ ଲଗାଇଥିଲା। ରାଜୁ ଉକ୍ତ ଘରେ ଲୁଗା ବ୍ୟବସାୟ ନ କରି ସିମ୍‌ ବକ୍ସ ଅପରେଟ୍‌ କରୁଥିଲା। ଅସଦୁର ଗତବର୍ଷ ଅକ୍ଟୋବରରେ ଅଗରତାଲା ଦେଇ ଭାରତ ଆସିଥିଲା। ଏହା ପରେ ଡିସେମ୍ବରରେ ସେ କଟକ ଆସିଥିଲା। ଅସଦୁରର ଭିସା ଅବଧି ୨୦୨୪ ଅକ୍ଟୋବର ୨୪ ପର୍ଯ୍ୟନ୍ତ ରହିଥିବାବେଳେ ତା’ର ଟେର୍‌ ପାଇନାହିଁ ପୁଲିସ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories