www.samajalive.in
Monday, December 8, 2025
27.1 C
Bhubaneswar

ପୁଲିସ ଚାକିରିରେ କେଳେଙ୍କାରୀ: ଗିରଫ ହେଲେଣି ୧୧୭ଜଣ

ସମାଜ ଡିଜିଟାଲ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ରାଜ୍ୟ ସରକାର ବଡ ଆକ୍ସନ ନେଇଛନ୍ତି । ଜାଲିଆତି ରୋକିବା ପାଇଁ ସରକାର ନୂଆ ଆଇନ ଆଣିଛନ୍ତି । ରାଜ୍ୟରେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ ହୋଇଥିବା ବଡ ଘୋଟାଲାର ପର୍ଦ୍ଦାଫାସ୍‍ ହେବା ପରେ ଏଯାବତ ୧୧୭ଜଣ ଗିରଫ ହୋଇସାରିଛନ୍ତି । ଏହି ମାମଲାରେ ପ୍ରଶ୍ନ ପ୍ରସ୍ତୁତକାରୀ ସଂସ୍ଥା ସିଲିକନର ବିଭିନ୍ନ କାର୍ଯ୍ୟାଳୟ ଉପରେ କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୁଲିସ ଟିମ୍‍ ଚଢାଉ କରିଛନ୍ତି । ଚଢାଉ ବେଳେ କ୍ରାଇମବ୍ରାଞ୍ଚ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲାଗିଥିବା କୁହାଯାଉଛି ।

ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‍ ଓ ଭାଇରାଲ ହେବା ପରେ ଏବେ ଧରାପଡିବା ଭୟ ଥିବାରୁ ନୂଆ ଉପାୟ ଆପଣାଇଥିଲେ ଦଲାଲ । ପୁଲିସ ଏସଆଇ ନିଯୁକ୍ତି ପାଇଁ ୧୧୪ଜଣ ଆଶାୟୀଙ୍କୁ ତିନିଟି ବସରେ ଆନ୍ଧ୍ରପ୍ରଦେଶକୁ ନିଆଯାଉଥିଲା । ବିଜୟନଗରମର ଏକ ଅଜ୍ଞାତ ସ୍ଥାନରେ ଆଶାୟୀଙ୍କୁ ପ୍ରଶ୍ନପତ୍ର ଓ ଉତ୍ତର ଜଣାଇବା ପାଇଁ ସ୍ୱତନ୍ତ୍ର କୋଚିଂର ଯୋଜନା ଥିଲା । ସିଧା ପ୍ରଶ୍ନପତ୍ର ନଦେଇ ସ୍ୱତନ୍ତ୍ର କୋଚିଂ ଜରିଆରେ ପ୍ରଶ୍ନପତ୍ର ସମ୍ପର୍କରେ ଜଣାଇଥାନ୍ତେ ଦଲାଲ । ହେଲେ ସବୁ ଯୋଜନା ଫସର ପାଲଟି ଯାଇଥିଲା ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories