ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସରିଜ୍ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି । ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଜାରି ରଖିଛି ୱେଷ୍ଟଇଣ୍ଡିଜ୍ । ଦଳ ୧୩ଓଭରରେ ୪ଟି ୱିକେଟ ହରାଇ ୫୦ରନ ଅତିକ୍ରମ କରିଛି । ଏହି ଟେଷ୍ଟ ସରିଜି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ପଏଣ୍ଟ ପ୍ରଦାନ କରିବ । ଇଂଲଣ୍ଡରେ ଟେଷ୍ଟ ସିରିଜ୍ ୨-୨ରେ ଡ୍ର ହେବା ପରେ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ତୃତୀୟ ସ୍ଥାନରେ ରହିଛି ।
ତେବେ ୱେଷ୍ଟଇଣ୍ଡିଜ୍ ୩୧ବର୍ଷ ଧରି ଭାରତରେ କୌଣସି ଟେଷ୍ଟ ମ୍ୟାଚ୍ ଜିତିନାହିଁ । ଦଳ ଶେଷ ଥର ପାଇଁ ୧୯୯୪ ମସିହାରେ ମୋହାଲିରେ ଟେଷ୍ଟ ମ୍ୟାଚ୍ ଜିତିଥିଲା । ଭାରତରେ ୱେଷ୍ଟଇଣ୍ଡିଜ୍ ୧୯୮୩ରେ ଶେଷ ଟେଷ୍ଟ ସିରିଜ୍ ଜିତିଥିଲା ।



